ସୋରଡ଼ା ଏନ. ଏ. ସି. ରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ

ସାରା ରାଜ୍ୟରେ 63ତମ ସ୍ୱାୟତ୍ତ ଶାସନ ଦିବସ ପାଳନ କରୁଥିବା ବେଳେ ଗଞ୍ଜାମ ଜିଲ୍ଲାର ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ 63 ତମ ସ୍ୱାୟତ୍ତ ଶାସନ ଦିବସ ପାଳନ କରା ଯାଇଛି l ସ୍ୱାୟତ୍ତ ଶାସନ ଦିବସ ପାଳନ କରିବା ଅବସରରେ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଅଧ୍ୟକ୍ଷ ଙ୍କ ଦ୍ଵାରା ପତାକା ଉତଳନ କରି ସ୍ୱାୟତ୍ତ ଶାସନ ଦିବସ ପାଳନ ର ସୁଭାରମ୍ଭ କରିଥିଲେ l ସେଠାରେ ସମସ୍ତ ଥିବା ସମସ୍ତ କର୍ମ ଚାରି ସେ ପ୍ରେରଣା ଦେଇଥିଲେ ସ୍ୱାୟତ୍ତ ଶାସନ ଦିବସ କଣ ସେ ବିଷୟ ରେ ଆଲୋଚନା କରି ସମସ୍ତଙ୍କୁ ଅଭିବାଦନ ଜଣାଇ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତି ମୂର୍ତ୍ତି ଓ ସୋରଡ଼ା ର ବିଶିଷ୍ଟ ଶିକ୍ଷା ବିତ୍ତ ତଥା ସ୍ୱାଧୀନତା ସଂଗ୍ରାମୀ ଶଶିଭୂଷଣ ରଥ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ସମ୍ମାନ ଜଣାଇଥିଲେ | ତତ ସହିତ ସୋରଡ଼ା ଚିକିତ୍ସାଲୟ ରେ ପହଞ୍ଚି ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ରୋଗୀ ମାନଙ୍କ ଭଲ ମନ୍ଦ ବୁଝି ସେଠାକାର ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଗଲା l ଏନ ଏ ସି ର ମାର୍କେଟ କମ୍ପ୍ଲେକ୍ସ ଠାରେ ରେ ସ୍ୱାୟତ୍ତ ଶାସନ ସମାରୋହ ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ର ଅଧ୍ୟକ୍ଷତା କରିଥିଲେ ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା ଓ ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିଲେ ତତ ସହିତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ମୁକ୍ତା ସଂଜଯୋଗ ଜୋତୀନ୍ଦ୍ର କୁମାର ତ୍ରିପାଠୀ ଙ୍କ ସହ ସମସ୍ତେ କାଉନସିଲର ମଞ୍ଚାସିନ ଥିଲେ |

ଏହି କାର୍ଯ୍ୟକ୍ରମ ରେ ଏନ. ଏ. ସି ର ବରିଷ୍ଠ ନାଗରିକ ଗଗନ ବିହାରୀ ପଟ୍ଟନାୟକ, ସମାଜ ସେବି ନୀଳାଞ୍ଚଳ ମଳିକ ଓ ପ୍ରଦୀପ ଶେଖର ପାଳ, ପେନସିଲ ଚିତ୍ର ଶିଳ୍ପୀ ଶୁଭମ ସାହୁ ଓ ବରିଷ୍ଠ କଳାକାର ଆଦି ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ର କୃତି ଛାତ୍ର ଛାତ୍ରୀ ଙ୍କୁ ଓ ୮୮ ନମ୍ବର ରଖି ୧୦ ମ ଶେଣୀର ଉତ୍ତୀର୍ଣ୍ଣ ପାଇଁ ଏନ ଏ ସି ତରଫରୁ ପୁରସ୍କୃତ କରାଯିବା ସହ ଏନ ଏ ସି ର ସମସ୍ତ କର୍ମଚାରୀ ଓ ସାମ୍ବାଦିକ ମାନଙ୍କୁ ଉପଢକନ ଦେଇ ସମ୍ମାନିତ କରାଯାଇଥିଲା ଏହା ସହ ମହାବିଦ୍ୟାଳୟ ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଛୋଟ ଛୋଟ କୁନି କଳାକାର ମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ | ସୋରଡ଼ା ର ସମସ୍ତ ଜନସାଧାରଣ ଙ୍କୁ ଉଭୟ ବିଧାୟକ ଓ ଅଧ୍ୟକ୍ଷ ଏକ ସୁନ୍ଦର ଓ ସୁସ୍ଥ ସୋରଡ଼ା ଗଠନ ପାଇଁ ଆହ୍ୱାନ କରିବା ସହ ସ୍ୱାୟତ୍ତ ଶାସନ ଦିବସ ପାଇଁ ଶୁଭେଚ୍ଛା ଜଣାଇଥିଲେ |

Leave a Reply

Your email address will not be published. Required fields are marked *