ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ

ଆଜି ସ୍ଵାୟତ୍ତ ଶାସନ ଦିବସ। ଅଗଷ୍ଟ ୩୧ ତାରିଖ କୁ ସ୍ୱାୟତ୍ତ ଶାସନ ଦିବସ ରୁପେ ପାଳନ କରାଯାଇଥାଏ।ଏହି ଦିନ ରାଜ୍ୟର ବିଭିନ୍ନ ପୌରାଞ୍ଚଳ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥାଏ । ଏହି ବର୍ଷ ମଧ୍ୟ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ଆଭାସୀ ମାଧ୍ୟମରେ ସାରା ରାଜ୍ୟ ର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ର ଲେ।କା ର୍ପଣ ଶିଳାନ୍ୟାସ, ଉତ୍ସର୍ଗୀକୃତ ସେବା ପାଇଁ ସମ୍ମାନ, ୨୭ ଜଣ ପୌର ପ୍ରାଶାସନିକ ସେବା ଅଧ୍ୟାକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ଏବଂ ପ୍ରଧାନମନ୍ତ୍ରୀ ସ୍ଵନିଧୀ ଯୋଜନା କାର୍ଯ୍ୟକ୍ରମ ଦିଗରେ ଉଲ୍ଲେଖନୀୟ ଅବ ଦାନ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଶଂସିତ ସହଯୋଗୀ ମାନଙ୍କୁ ସମ୍ଵର୍ଦ୍ଧନା ଇତ୍ୟାଦି କାର୍ଯ୍ୟକ୍ରମ ର ଶୁଭାରମ୍ଭ lବ୍ରହ୍ମପୁର ମହାନଗର ନିଗମ ଚଳିତ ବର୍ଷ ୧୫୭ ତମ ସ୍ୱାୟତ୍ତ ଶାସନ ଦିବସ ପାଳନ କରୁଛି।ଓଡିଶାରେ ବ୍ରହ୍ମପୁର ମହାନଗର ନିଗମ ସର୍ବପୁରାତନ ସ୍ୱାୟତ୍ତ ଶାସନ ସଂସ୍ଥା ରୁପେ ବିବେଚିତ ହୋଇଥାଏ ।

ବ୍ରହ୍ମପୁର ସହର ହେଉଛି ବାଣିଜ୍ୟିକ, ସାଂସ୍କୃତିକ, ଧାର୍ମିକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ସ୍ଥାନ । ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟା ରେ ସ୍ୱଚ୍ଛତା ଆଣିବା ପାଇଁ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସୃଷ୍ଟି ହେଇଥିଲା l କ୍ଷମତା ର ବିକେନ୍ଦ୍ରୀକରଣ ଦ୍ଵାରା ଶାସନ୍ ର ସଫଳ ଯେପରି ଲେ।କଙ୍କ ନିକଟରେ ପହଂଚି ପାରିବ ତାହା ଏହି ଦିବସ ପାଳନ ର ଉଦ୍ଦେଶ୍ୟ, ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, ସାଧାରଣ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ର ସଫଳତା ଯେପରି ଜନତାଙ୍କ ନିକଟରେ ପହଞ୍ଚି ପାରିବ ତାହା ସ୍ୱାୟତ୍ତ ଶାସନ ଦିବସ ର ମୂଳ ଲକ୍ଷ୍ୟ । ଆଜି ବ୍ରହ୍ମପୁର, ମହାନଗର ନିଗମକାର୍ଯ୍ୟାଳୟ ଠାରେ ମେୟର ଶ୍ରୀମତୀ ସଂଘମିତ୍ର ଦଳାଇ ପତାକା ଉତ୍ତୋଳନ କରିଥିଲେ ଡେପୁଟି ମେୟର ଇ ବି ବେ କ ରେ ଡି, ବିଏମସି କମିଶନ ର ଶ୍ରୀ ଭବାନୀ ପ୍ରସାଦ ମିଶ୍ର ଏବଂ ସମସ୍ତ କର୍ପୋରେଟର ମାନେ ଉପସ୍ଥିତ ଥିଲେ।ସବୁଜ ସୁନ୍ଦର ବ୍ରହ୍ମପୁର ସହର ପାଇଁ ସମୁହ ପ୍ରୟାସ ଜରୁରୀ ବୋଲି ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ବ୍ରହ୍ମପୁର ବାସୀଙ୍କୁ ନିବେଦନ କରିଛନ୍ତି । ସନ୍ଧ୍ୟା ସମୟରେ ସ୍ଥାନୀୟ ଖଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *