ସ୍ପେସ୍ ଟେକ୍ନୋଲୋଜିରେ ଆଡଭାନ୍ସ- ଆଲୋଚନା ଚ଼କ୍ର

ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ କେରିୟର କାଉନ୍ସେଲିଙ୍ଗ (ଯୋଗ୍ୟତା ନିରୂପଣ)ର ଉପଦେଷ୍ଟା ଡ. ସନ୍ତୋଷ କୁମାର ଚୌଧୂରୀଙ୍କ ସଂଯୋଜନାରେ “ସ୍ପେସ୍ ଟେକ୍ନୋଲୋଜିରେ ଆଡଭାନ୍ସ” ଉପରେ ଏକ ଆଲୋଚ଼ନା ଚକ୍ର ଆନୁଷ୍ଠାନିକ ରୂପେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)ର ଯୁବ ଓଡ଼ିଆ ବୈଜ୍ଞାନିକ ଡ. ଦିଗେନ୍ଦ୍ର ନାଥ ସ୍ବାଇଁ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ଥିଲେ। ଯୁବ ପିଢ଼ିଙ୍କ ପାଇଁ ମୁଖ୍ୟ ଅତିଥି ନିଜ ଜୀବନର ସଫଳତାର କାହାଣୀକୁ ସ୍ଲାଇଡ୍ ସୋ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥାପନା କରିଥିଲେ। ନିଜ ବ୍ୟକ୍ତବ୍ୟରେ ସେ କହିଥିଲେ – ‘ଏକ ସ୍ୱପ୍ନ ଯାହା ମୁଁ କେବେ ଯାତ୍ରା କରିବାର ସ୍ୱପ୍ନ ଦେଖି ନ ଥିଲି, ମୁଁ କେବେ ଯାତ୍ରା କରିବାକୁ ଯୋଜନା କରି ନ ଥିଲି, ଭଗବାନଙ୍କର ଭିନ୍ନ ଯୋଜନା ଥିଲା ଏବଂ ସେ ମୋତେ ସମାନ ଅନୁସରଣ କରିବାକୁ ପ୍ରେରିତ କରିଦେଲେ।’ କଳା ଓ ବାଣିଜ୍ୟ କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀ ମଧ୍ୟ ନିଜ ଦକ୍ଷତା ଦ୍ବାରା ଜଣେ ସଫଳ ବୈଜ୍ଞାନିକ ହୋଇପାରିବେ।ନିଜର ଆତ୍ମ ବିବରଣି (ସିଭି)କୁ ସଦା ସର୍ବଦା ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚକୋଟିର କରିବା ପାଇଁ ଦିଗ୍ଦଦର୍ଶନ ଦେଇଥିଲେ। ନିଜ ମାଟିର ସୁଯୋଗ୍ୟ ପୁତ୍ର ରୂପେ ଅଧ୍ୟକ୍ଷ ମୁଖ୍ୟ ଅତିଥି ବୈଜ୍ଞାନିକ ଡ. ସ୍ବାଇଁଙ୍କୁ ସମ୍ବୋଧନ କରିଥିଲେ। ଚ଼ନ୍ଦ୍ରଯାନ ବିକ୍ରମ-୨ ଚନ୍ଦ୍ରପୃଷ୍ଠରେ ସଫଳ ଆରୋହଣର ଯାତ୍ରା ସମ୍ବନ୍ଧରେ ମଧ୍ୟ କହିଥିଲେ।

ଜୀବନର ଅଭୁଲା ସ୍ମୃତିରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ କରିଥିବା, ବିଜ୍ଞାନ କ୍ଷେତ୍ରର ଶ୍ରେଷ୍ଠତମ ‘ଶାନ୍ତିସ୍ବରୂପ ଭଟ୍ଟନାଗର’ ପୁରଷ୍କାର ବିଜେତା ଏବଂ ଗଂଜାମ ଜିଲ୍ଲା ଗୌତମୀ ଗ୍ରାମର ସୁଯୋଗ୍ୟ ସନ୍ତାନ ବୈଜ୍ଞାନିକ ଡ. ସ୍ବାଇଁଙ୍କୁ ଅଧ୍ୟକ୍ଷ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଶୈକ୍ଷିକ ଅନୁଷ୍ଠାନ ତରଫରୁ ଉପଢୌକନ ସହ ସ୍ମାରକୀ ଟ୍ରଫି ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଯୁବ ବୈଜ୍ଞାନିକଙ୍କ ହସ୍ତାକ୍ଷରକୁ ଅନେକ ଛାତ୍ରଛାତ୍ରୀ ଗ୍ରହଣ କରିଥିବାର ପରିଲକ୍ଷିତ ହୋଇଛି। ପରିଶେଷରେ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ସ୍ବତନ୍ତ୍ରରୂପେ ବୈଜ୍ଞାନିକ ଡ. ସ୍ବାଇଁକୁ ସାଧୁବାଦ ଜ୍ଞାପନ କରି ଆଲୋଚ଼ନା ଚକ୍ରର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *