ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଯୁବକ ଗୁରୁତର
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ମହାଜନଗୁଡାରୁ କେନ୍ଦୁଡଙ୍ଗରି ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ଶନିବାର ସନ୍ଧ୍ୟାରେ ଏକ ବାଇକ ରାସ୍ତା ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ହେବା ଫଳରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସଂପୃକ୍ତ ଯୁବକ ଗୁରୁତର ଅବସ୍ଥାରେ ପଡି ରହିଥିବା ଖବର ପାଇ କାଉଡୋଳା ଗ୍ରାମର ଯୁବ ସାମ୍ବାଦିକ ତ୍ରିଲୋକ୍ୟ ବେଶ୍ରା ଓ ସ୍ଥାନୀୟ ଗ୍ରାମର କିଛି ଯୁବକ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ସହାୟତାରେ ଗୁରୁତର ଯୁବକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ଯୁବକ ହେଉଛନ୍ତି କାଉଡୋଳା ପଞ୍ଚାୟତ ବାଞ୍ଜିବାହାଲ ଗ୍ରାମର କୌଦଣ୍ଡ ମାଝୀ (୩୦) ବୋଳି ଜଣାପଡିଛି। ଦୁର୍ଘଟଣାରେ ଯୁବକଙ୍କ ଡାହାଣ ଗୋଡ଼ ଭାଙ୍ଗି ଥିବା ବେଳେ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିବା ଜଣାପଡିଛି।
