ମହିଳାଙ୍କୁ ପିଇବା ପାଇଁ ପାଣିମାଗି ଦେହରେ ନିଆଁ ଲଗେଇ ଦେଇଥିବା ଦେଖିବାକୁ ମିଳିଛି।

ଜଟଣୀ ମୁନୁ୍ସିପାଲଟି ଅନ୍ତର୍ଗତ ୧୦ ନମ୍ବର ୱର୍ଡ ର ପାଇକରାପୁର ରେ ମହିଳାଙ୍କୁ ପିଇବା ପାଇଁ ପାଣିମାଗି ଦେହରେ ନିଆଁ ଲଗେଇ ଦେଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ପାଇକରାପୁର ରେ ଏକ ନିଶା ଶକ୍ତ ବ୍ୟକ୍ତି ପ୍ରତିମା ବେହେରାଙ୍କୁ ପିଇବା ପାଇଁ ପାଣି ମାଗିଥିଲେ। ପ୍ରତିମା ପାଣି ଆଣି ଦେବା ସମୟ ରେ ବେକ୍ତି ଜଣକ ତାଙ୍କ ଉପରକୁ ଆକ୍ରମଣ କରିବା ସହିତ ପାଖରେ ଥିବା ମଦ କୁ ପ୍ରତିମା ଙ୍କ ଉପରେ ପକାଇ ନିଆଁ ଲଗେଇ ଦେଇଥିଲେ। ପ୍ରତିମା ଚିତ୍କାର କରିବାରୁ ଆଖ ପାଖ ପଡିସା ଘର ଲୋକ ଆସି ପ୍ରତିମା କୁ ଉଦ୍ଧାର କରି ଏମ ସ ହସ୍ପିଟାଲ କୁ ପଠାଇବା ସହିତ ଦୁର୍ବୁତ୍ତ ଙ୍କୁ କାବୁକରୀ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ଜଟଣୀ ପୋଲିସ ଦୁର୍ବୁତ୍ତ କୁ ଉଦ୍ଧାର କରି ଥାନା କୁ ନେଇ ତଦନ୍ତ ଜାରି ରଖିଛନ୍ତି।ଏ ପର୍ଯ୍ୟନ୍ତ ଦୁର୍ବୁତ୍ତ ଙ୍କ ପରିଚୟ ମିଳିପାରିନାହିଁ। ଦିବାଲୋକ ରେ ଏ ଭଳି ଘଟଣା ଦେଖି ପାଇକରାପୁର ଲୋକେ ଭୟ ଭିତ ଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *