ବ୍ରହ୍ମପୁର ମହାନଗର ନିଗମ ତରଫରୁ ଶନିବାର ନିଖିଳ ଭାରତ ସ୍ଵାୟତ ଶାସନ ଦିବସ ପାଳିତ
ବ୍ରହ୍ମପୁର ମହାନଗର ନିଗମ ତରଫରୁ ଶନିବାର ନିଖିଳ ଭାରତ ସ୍ଵାୟତ ଶାସନ ଦିବସ ପାଳିତ l ଏହି ଅବସରରେ ସକାଳେ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ମେୟର ସଂଘମିତ୍ରା ଦଳେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପୂର୍ବାହ୍ନରେ ନୂତନ ସମ୍ମିଳନୀ କକ୍ଷରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମେୟର ଶ୍ରୀମତି ଦଳେଇ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଡେପୁଟି ମେୟର ଇ, ବିବେକ ରେଡ୍ଡୀ, କମିଶନର ଭବାନୀ ପ୍ରସାଦ ମିଶ୍ର, ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା ଏବଂ କର୍ପୋରେଟର ମାନେ ଉପସ୍ଥିତ ଥିଲେ। ଆଭାସିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ୫ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨୦ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା, କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଆଭାସିରେ ସାମିଲ ହୋଇଥିଲେ। ଲୋକାର୍ପିତ ପ୍ରକଳ୍ପଗୁଡ଼ିକ ଭିତରେ ୱାର୍ଡ କାର୍ଯ୍ୟାଳୟ, ସ୍ମାର୍ଟ ଶ୍ମଶାନ, ମିଶନ୍ ଶକ୍ତି ଭବନ, ରାସ୍ତା, ଡ୍ରେନ୍ ରହିଥିଲା। ଏ ଅବସରରେ ୫୭୬ଜଣ ନୂତନ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କରାଯାଇଥିଲା । ଏଥିରେ ୨୮୨ ଜଣ ବାର୍ଦ୍ଧକ୍ୟ ଭତ୍ତା ହିତାଧୁକାରୀ ଥିବା ବେଳେ ୧୧୫ଜଣ ବିଧବ ଭତ୍ତା, ୧୧୨ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ହିତାଧିକାରୀ ଥିଲେ।ପରେ ସହରାଞ୍ଚଳ ବାସହୀନ ଓ ଖାଲାସି ସାହି ସ୍ଥିତ ବାଳାଶ୍ରମରେ ଖାଦ୍ୟ ଓ ବସ୍ତ୍ର ବଣ୍ଟନ ହୋଇଥିଲା। ପରେ ୧୫ ନମ୍ବର ୱାର୍ଡରେ ବୃକ୍ଷରୋପଣ କରାଯାଇଥିଲା। । ସ୍ଥାନୀୟ କର୍ପୋରେଟର ଆର୍ ପୱାନା ଏବଂ ଅର୍ବାନ ବ୍ୟାଙ୍କ ସଭାପତି ଆର ମୂରଲୀ ମୋହନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅପରାହ୍ନରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପଡ଼ିଆରେ ମେୟର ଶ୍ରୀମତି ଦଳେଇଙ୍କ ଅଧ୍ୟକ୍ଷତାରେଡେପୁଟି ମେୟର ଶ୍ରୀ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

କମିଶନର ଶ୍ରୀ ମିଶ୍ର, ଅର୍ବାନ ବ୍ୟାଙ୍କ ସଭାପତି ଆର, ମୂରଲୀ ମୋହନ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ସାହିତ୍ୟିକ ଡ. କୁଳମଣି ଓଝା ଏବଂ ଡା. ସାଗର ରଞ୍ଜନ ତ୍ରିପାଠୀଙ୍କ ସମେତ ସମସ୍ତ କର୍ପୋରେଟର ଯୋଗଦେଇଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ଦଳକୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ଥାନୀୟ ଏବଂ ରାଜ୍ୟ ସ୍ତରୀୟ ଅଭିନେତାମାନେ ଆକର୍ଷଣୀୟ ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସାଜିଥିଲେ ହାସ୍ୟ ଅଭିନେତା ପପୁ ପମପମ୍ ଆକର୍ଷଣ କଳା ପ୍ରଦର୍ଶନ କରିଥିଲେ । ବ୍ରହ୍ମପୁରର ଚର୍ଚ୍ଚିତ ଯୋଡ଼ି ମଧ୍ୟ-ପ୍ରିତିଙ୍କ ହସାଇ ବେଦମ କରିଦେଇଥିଲେ । ହାସ୍ୟ ଅଭିନୟ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇପାରିଥିଲା। ଏଥି ସହିତ ଗାୟକ ବିଷ୍ଣୁ ମୋହନ କବି, ସତ୍ୟଜିତ ପ୍ରଧାନ ସୁନ୍ଦର ଓଡ଼ିଆ ସଂଗୀତ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖୁବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା।
