ବାଲୁଗାଁ ମହାବିଦ୍ୟାଳୟ ପାଳନ କଲା 44ତମ ପ୍ରତିଷ୍ଠା ଦିବସ ସମାରୋହ

ଆଜି ବାଲୁଗାଁ ମହାବିଦ୍ୟାଳୟ ପାଳନ କରିଅଛି 44 ତମ ପ୍ରତିଷ୍ଠା ଦିବସ ସମାରୋହ l ଶ୍ରୀ ଗଣେଶ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନଙ୍କ ଦ୍ଵାରା ମାଲ୍ୟାର୍ପଣ କରାଯାଇଥିଲା l ଏଥିରେ ମୁଖ୍ୟ ଵକ୍ତା ଭାବର ଯୋଗଦେଇଥିଲେ ପୁରୀ ଲୋକସଭା ସାଂସଦ ମାନ୍ୟବର ଡ଼ଃ ସମ୍ବିତ ପାତ୍ର ଓ ସଂମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ମାନ୍ୟବର ଚିଲିକା ପୂର୍ବତନ ବିଧାୟକ ଡ଼ଃ ବିଭୂତୁ ଭୂଷଣ ହରିଚନ୍ଦନ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମାନ୍ୟବର ଆଇନ, ଅବକାରୀ ଓ ପୁର୍ତ ବିଭାଗର ମନ୍ତ୍ରୀ ଶ୍ରୀ ଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପରିଚାଳନା ପରିଷଦ ସଭାପତି ଇଂ ପ୍ରବାସ କୁମାର ସୁନ୍ଦରାୟ, ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ନିମନ୍ତ୍ରିତ ଅତିଥି ମାନେ ଶ୍ରୀ ଜଗନ୍ନାଥ ମୂର୍ତି ନିକଟରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା l ଅଧ୍ୟାପକ ଡ଼ଃ କୈଳାସ ଚନ୍ଦ୍ର ମହାରଣା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ l ଅଧ୍ୟକ୍ଷ ତଥା ସମ୍ପାଦକ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି ଙ୍କ ଦ୍ଵାରା ଅତିଥିମାନଙ୍କୁ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ପୁରୀ ଲୋକସଭା ସାଂସଦ ଡ଼ଃ ସମ୍ବିତ ପାତ୍ର ମହୋଦୟ ନିଜ ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାରେ ଧ୍ୟାନ ଦେବାସହିତ ସକାଳୁ ସକାଳୁ ଏକଘଣ୍ଟା ଯୋଗ ଓ ବ୍ୟୟାମ କରି ସୁସ୍ଥ ରହିବାକୁ ପରାମର୍ଶ ଦେଇଥିଲେ lବାଲୁଗାଁ ମହାବିଦ୍ୟାଳୟର କିପରି ସବାଙ୍ଗିନ ଉର୍ନ୍ନତି ହୋଇପାରିବ ସେ ଦିଗରେ ଆଲୋଚନ କରାଯାଇଥିଲା lମହାବିଦ୍ୟାଳୟ ରେ ଥିବା ସମସ୍ତ ସମସ୍ୟା ବିଷୟରେ ଅଧ୍ୟାକ୍ଷ ମନ୍ତ୍ରୀ ମହୋଦୟଙ୍କୁ ଅବଗତ କରାଇଥିଲେ l ଯଥାଶୀଘ୍ର ସମସ୍ୟାର ସମାଧାନ ହେବବୋଲି ମନ୍ତୀ ମହୋଦୟ ପ୍ରତି ସୃତି ପ୍ରଦାନ କରିଥିଲେ l ମହାବିଦ୍ୟାଳୟର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ମନ୍ତ୍ରୀ ଓ ସାଂସଦ ନିଜ ହାତରେ ପୁରସ୍କାର ବିତରଣ କରିଥିଲେ lବାଲୁଗାଁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବଡ଼ ଧୁମ ଧାମରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା l

Leave a Reply

Your email address will not be published. Required fields are marked *