ଓଡିଶା ଆଉଟସୋରସିଂ କର୍ମଚାରୀ ମହାସଙ୍ଘ, ଗଂଜାମ ଜିଲ୍ଲା କମିଟି

ପ୍ରେସ ନୋଟ l ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କ ଛଟେଇ ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦାବୀ I ପୂର୍ବ ସରକାର ଙ୍କ ଦ୍ୱାରା ଦରମା ବୃଦ୍ଧି ଓ ଅନ୍ୟନ୍ୟ ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରୀ କରିବା ଦାବୀ I* ନର୍ସିଂ କର୍ମଚାରୀ ସଙ୍ଘ ର ରାଜ୍ୟ ସମ୍ପାଦକ ଙ୍କ ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କ ପ୍ରତି ମନ୍ତବ୍ୟ କୁ ନିନ୍ଦା I ଜିଲ୍ଲା ର ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଆନ୍ଦୋଳନ ଫଳ ରେ ପୂର୍ବ ସରକାର ରେ ଲାଗୁ ହୋଇଥିବା ଦରମା ବୃଦ୍ଧି ଓ ବାର୍ଷିକ ଛୁଟି,ଏବଂ ମାତୃତ୍ୱ କାଳୀନ ଛୁଟି ଭଳି ଆଦି ନିଷ୍ପତ୍ତି ଗୁଡିକୁ ବର୍ତ୍ତମାନ ସରକାର ଲାଗୁ ନ କରି ଦୁଇମାସ ଭିତରେ ବିଭିନ୍ନ ବିଭାଗ ର ଶତାଧିକ କର୍ମଚାରୀ ଙ୍କୁ ଛଟେଇ କରିବା ରେ ଲାଗିଛନ୍ତି I ଏହାକୁ ନେଇ ମହାସଙ୍ଘ ର ଗଂଜାମ ଜିଲ୍ଲା କମିଟି ତରଫରୁ ନିନ୍ଦା କରାଯିବା ସହିତ ମୁଲଦାବୀ ସ୍ଥାୟୀ ନିଯୁକ୍ତି କୁ ଦାବୀ କରିଛନ୍ତି I ସ୍ଥାନୀୟ ଅଭିରାମ ମିଳନ ମନ୍ଦିର ପରିସର ଗଂଜାମ ଜିଲ୍ଲା ସଭାପତି ବିଜୟ କୁମାର ମଲ୍ଲିକ ଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକ ରେ ବିଭିନ୍ନ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହି ସରକାର ଙ୍କ ଦ୍ୱାରା ପୂର୍ବ ରୁ ଲାଗୁ ହୋଇଥିବା ସମସ୍ତ ପ୍ରସ୍ତାବ କୁ ତୁରନ୍ତ ଲାଗୁ କରିବା ସହ ବିନା କାରଣ ରେ ଛଟେଇ କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ସହ ସମସ୍ତ ଡେଲି ୱେଜେସ କର୍ମଚାରୀ ଙ୍କୁ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ ସହ ସମାନ ବ୍ୟବସ୍ଥା ଲାଗୁ ସହ ପୂର୍ବ ସରକାର ରେ ଦରମା ବୃଦ୍ଧି, ବାର୍ଷିକ ଛୁଟି, ଅଭିଜ୍ଞତା ଭିତ୍ତିରେ ବର୍ଦ୍ଧିତ ଦରମା ରେ ସାମିଲ, ମାତୃତ୍ୱକାଳୀନ ଛୁଟି ଆଦି ରେ ସମୀଲ କରିବାକୁ ସରକାର ଙ୍କ ପାଖରେ ଦାବୀ ରଖା ଯାଇଛି I

ଜିଲ୍ଲା ର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ ନର୍ସିଂ କର୍ମଚାରୀ ଙ୍କ ପ୍ରତି ରେଗୁଲାର ନର୍ସିଙ୍ଗ କର୍ମଚାରୀ ସଙ୍ଘ ର ରାଜ୍ୟ ସମ୍ପାଦକ ଙ୍କ ଦ୍ୱାରା ଅପମାନ ଜନକ ମନ୍ତବ୍ୟ କୁ ଦୃଢ଼ ନିନ୍ଦା ସହ ଛଟେଇ ବ୍ୟବସ୍ଥା ରୋକିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ପାଖରେ ଫେରାଦ ହୋଇ ଆନ୍ଦୋଳନତ୍ମକ ରାସ୍ତା ଆପେଣେଇବାକୁ ନିଷ୍ପତ୍ତି ହୋଇଛି I ଆଗାମୀ ଦିନରେ ମହାସଂଘ ତରଫରୁ ଜିଲ୍ଲା ରେ ଦକ୍ଷିଣାଞ୍ଚଳ ଜିଲ୍ଲା ର କର୍ମଚାରୀ ମାନଂକୁ ନେଇ ଏକ ସମାବେଶ କରି ସରକାର ଙ୍କ ପାଖରେ ଦାବୀ ଉପସ୍ଥାପନା ସହ ଦାବୀ ପୂରଣ ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ବିଭାଗ କୁ ଅଚଳ କରିବାକୁ ମହସଙ୍ଘ ତରଫରୁ ଡାକରା ଦିଆଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ମହସଙ୍ଘ ର ଜିଲ୍ଲା ସଭାପତି ବିଜୟ ମଲ୍ଲିକ,ଉପଦେଷ୍ଠା ଭାଲଚନ୍ଦ୍ର ଶଡ଼ଙ୍ଗୀ, ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ସୁନୀଲ ଦାସ,ପ୍ରଶାନ୍ତ ପରିଛା, ଏନ. ନିରଞ୍ଜନ ଦାସ, ପି. ରମେଶ ରାଓ, ହିମାଂଶୁ ପଟ୍ଟନାୟକ, ବିନାୟକ ପତି, ରିଙ୍କି ବିଷୋୟୀ, ସନ୍ତୋଷ ନାୟକ, ମିହିର ବିଶ୍ୱାଳ, ମୁରଲୀ ରାଜୁ, ଅଭିରାମ ବେହେରା,ଓ ସମସ୍ତ ବିଭାଗ ର ଆଉଟସୋର୍ସିଙ୍ଗ କର୍ମଚାରୀ, ସୁଇପର କର୍ମଚାରୀ, ସୁରକ୍ଷା କର୍ମଚାରୀ, ଆଟେଣ୍ଡାଣ୍ଟ, ଓ ବିଭିନ୍ନ ବର୍ଗ ର କର୍ମଚାରୀ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *