ବେଆଇନ ମଦଭାଟିରେ ଚଢାଉ ପୋଚ ଓ ରନ୍ଧାମଦ ଜବତ ସହ ୭ ଗିରଫ
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗ , ଜଗନ୍ନାଥପ୍ରସାଦ ପୁଲିସ ଓ ଜଗନ୍ନାଥପ୍ରସାଦ ତହସିଲଦାର ଅଶୋକ କୁମାର ମୁଦୁଲିଙ୍କ ମିଳିତ ଉଦ୍ୟମରେ ଶୁକ୍ରବାର ଜଗନ୍ନାଥପ୍ରସାଦ ଅଞ୍ଚଳରେ ଥିବା କିୟାଧାର ଓ ନୂଆଁପଲ୍ଲୀ ଗ୍ରାମରେ ଚାଲିଥିବା ବେଆଇନ ମଦଭାଟି ଉପରେ ଚଢାଉ କରାଯାଇ ୭୪୦ ଓ ୩୯୦ ଶହ ଲିଟର ରନ୍ଧାମଦ ଜବତ କରାଯିବା ସହ ପ୍ରାୟ ୫୭୫୦ହଜାର ଲିଟର ପୋଚ ନ ନଷ୍ଟ କରାଯାଇଛି । ଏହି କାରବାରରେ ୭ଜଣଙ୍କୁ ଗିରଫ କରାଯାଇ ଯାଇଛି । ୭ଜଣଙ୍କୁ ଜଗନ୍ନାଥପ୍ରସାଦ କୋର୍ଟ ଚାଲାଣକରାଯାଇଥିବା ଭଞ୍ଜନଗର ଅବକାରୀ ଅଧିକାରୀ ଡମ୍ବୁରୁଧର ହରିଜନ ସୂଚନା ଦେଇଛନ୍ତି I ଜିଲାରେ ମଦମୃତ୍ଯୁ ଘଟଣା ପରେ ଭଞ୍ଜନଗର ଅବକାରୀ ବିଭାଗ ଏସବୁ ଗ୍ରାମରେ ଚଢ଼ାଉ କରିଥିଲେ ।ଏହି ଚଢାଉ ରେ ଅବକାରୀ ଉପ ନିରୀକ୍ଷକ ଅଜିତ୍ କୁମାର ନାୟକ,ଭଞ୍ଜନଗର ଅବକାରୀ ନିରୀକ୍ଷକ ଡମ୍ବୁରୁଧର ହରିଜନ,ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଅରୁଣ କୁମାର ସିଂ,ଭଞ୍ଜନଗର ଅବକାରୀ ଉପନିରୀକ୍ଷକ ଅଲିଭା ମାଝି , ଏଏସଆଇ ଭୁବନୀ ବେହେରା, ସନାତନ ନାହାକ, କୃଷ୍ଣଚନ୍ଦ୍ର ସେଠୀ,ଜଗନ୍ନାଥ ମହାପାତ୍ର ଓ ସ୍ବାଧୀନ ସାହୁ ଓ ନିରଞ୍ଜନ ବେହେରା ,ସୁବଳ ପ୍ରଧାନ , ଜଗନ୍ନାଥପ୍ରସାଦ ପୁଲିସ ,ବ୍ରହ୍ମପୁର ଓ ଛତ୍ରପୁର ଅଧିକାରୀ ସ୍ବାର୍ଡ କର୍ମଚାରୀ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ ।
