ଜିଲ୍ଲାରେ ଗଡ଼ିଲା ସୁଭଦ୍ରା ରଥମହାସମାରୋହରେ ଉଦ୍‌ଘାଟନୀ କାର୍ଯ୍ୟ ସମାପନ

:-ଭଦ୍ରକ, ତା ୭.୦୯.୨୦୨୪ ରିଖ । ମହିଳା ସଶକ୍ତି କରଣ ନେଇ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇସାରିଥିବା ଐତିହାସିକ ପଦକ୍ଷେପ ‘ସୁଭଦ୍ରା ଯୋଜନା ସମ୍ବନ୍ଧରେ ହିତାଧୁକାରୀ ତଥା ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ସୁଭଦ୍ରା ରଥ ପରିକ୍ରମା କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ପାଇଁ ପ୍ରସ୍ତୁତ ୪ଟି ରଥର ପରିକୁମା ପାଇଁ ଜିଲ୍ଲା କାର୍ଯ୍ୟାଳୟରେ ମହାସମାରୋହରେ ଉଦ୍‌ଘାଟନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି

।ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୂଜା ପାଠ ପୂର୍ବକ ପତାକା ପ୍ରଦର୍ଶନ କରି ସୁଭଦ୍ରା ରଥ ପରିକୁମାର ଶୁଭାରମ୍ଭ କରିଥିଲେ | ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ଲୋକସଭା ସଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲୀପ୍ ରାଇତରାଏ, ଏସ୍.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦର ପ୍ରମୁଖ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ସେପ୍ଟେମ୍ବର ୭ ତାରିଖରୁ ୧୬ ତାରିଖ ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳ ପରିକ୍ରମା କରିବାକୁ ଥିବା ଏହି ୪ ଟି ରଥ ପ୍ରଥମ ପର୍ଯ୍ୟାୟରେ ଭଦ୍ରକ, ବଡ, ଧାମନଗର ଓ ବାସୁଦେବପୁର ବ୍ଲକ୍‌କୁ ଯାତ୍ରା ଆରମ୍ଭ କରିଛି । ସମ୍ପୃକ୍ତ ସମସ୍ତ ବ୍ଳକ୍ ଓ ପୌରପାଳିକା ତରଫରୁ ମଧ୍ୟ ରଥକୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ବ୍ଲକ୍ ର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ପରିକ୍ରମ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି ।ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଯୋଗାଇ ଦିଆଯିବାକୁ ଥିବା ଅର୍ଥରାଶି, ଆବେଦନ ପ୍ରକ୍ରିୟା, ଯୋଗ୍ୟ ହିତାଧୁକାରୀ ଆଦି ସମ୍ବନ୍ଧରେ ସୁଭଦ୍ରା ରଥରେ ସୁସଜିତ୍ ବ୍ୟାନର, ପରିବେଷିତ ସଂଗୀତ, ରଥ ବୁଲିଲା ବେଳେ ପ୍ରଚାର ପତ୍ର ବଣ୍ଟନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଛି । ସୂଚନା ଯୋଗ୍ୟକି ପ୍ରତି ରଥରେ ୭ ହଜାର ପ୍ରଚାର ପତ୍ର ମହଜୁଦ ରହିଛି ଏବଂ ରଥ ପରିକ୍ରମାର ୧ମ ଦିନରେ ପ୍ରତି ବ୍ଲକ୍‌ରେ ୧ ହଜାରରୁ ଉର୍ଦ୍ଧ୍ଵ ପ୍ରଚାର ପତ୍ର ବଣ୍ଟନ କରାଯାଇଛି । ପ୍ରତି ବ୍ଲକ୍ ସଦର ମହକୁମାରେ ୫ଟି ଲେଖାଏଁ ବ୍ୟାନର ଲଗାଯାଇଛି । ପ୍ରତି ବ୍ଲକରେ ପ୍ରାୟ ୫ ଦିନ ବୁଲିବା ପରେ ଦ୍ଵିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୩ଟି ବ୍ଲକ ସଂପୃକ୍ତ ପୌରାଞ୍ଚଳକୁ ଏହି ରଥ ପରିକ୍ରମା କାର୍ଯ୍ୟ ଆରମ୍ଭ ହେବ । ନିର୍ଦ୍ଧାରିତ ଚିହ୍ନଟ ମାର୍ଗ ଅନୁଯାୟୀ ନିୟୋଜିତ ସମ୍ପୃକ୍ତ ନୋଡ଼ାଲ ଅଧିକାରୀ ମାନଙ୍କ ଦ୍ଵାରା ଏହି ରଥ ପରିକ୍ରମା କାର୍ଯ୍ୟ ପରିଚାଳିତ ହେଉଛି । ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମଳ ରାୟ, ବି.ଡ଼ି.ଓ. ଭଦ୍ରକ ସୀତାକାନ୍ତ ରାଉତ, ବର ପ୍ରଦୀପ କୁମାର ସେଠୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଭଦ୍ରକ ପୌରପାଳିକା ଦେବୀ ପ୍ରସାଦ ମହାନ୍ତି ବିଭାଗୀୟ ଅଧ୍ବକାରୀ ଡି. ଏସ୍.ଡବ୍ଲ୍ୟୁ.ଓ. ପୁଷ୍ପଲତା ପାତ୍ର, ଡ଼ି.ପି.ଏମ୍. ଓ.ଏଲ୍. ଏମ୍. ସଂଞ୍ଜୟ କୁମାର ବାରିକ୍, ଆଇ.ସି.ର ନୋଡ଼ାଲ ଅଧିକାରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୂର ବାରିକ୍, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *