ସୁଭଦ୍ରା ଯୋଜନା ରଥର ଶୁଭାରମ୍ଭ କଲେ ବିଧାୟକ ଆକାଶ ଦାସ ନାୟକ*
*କୋରେଇ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଗୋପବନ୍ଧୁ ଛକରେ ସୁଭଦ୍ରା ଯୋଜନା ରଥର ଶୁଭାରମ୍ଭ କଲେ ବିଧାୟକ ଆକାଶ ଦାସ ନାୟକ l ବ୍ୟାସନଗରର ଗୋପବନ୍ଧୁ ଛକ ଠାରୁ ବାହାରି କୋରେଇ ନିର୍ବାଚନ ମଣ୍ଡଳୀ ପରିକ୍ରମା କରିବ ସୁଭଦ୍ରା ରଥ l ଆଜି ସକାଳେ କୋରେଇ ବିଧାୟକ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଛନ୍ତି

l ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ସରକାର କରିଥିବା ସୁଭଦ୍ରା ଯୋଜନା କିଭଳି ସମସ୍ତ ଯୋଗ୍ୟ ମହିଳାଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଏହି ରଥର ଆୟୋଜନ କରାଯାଇଥିବା କହିଛନ୍ତି କୋରେଇ ବିଧାୟକ l ଏହି କାର୍ଯ୍ୟକ୍ରମରେ କୋରେଇ ବ୍ଲକ ପ୍ରଶାସନ, ବ୍ୟାସନଗର ପୌର ପ୍ରଶାସନ ସମେତ କୋରେଇ ନିର୍ବାଚନ ମଣ୍ଡଳୀର ଶତାଧିକ ମହିଳା ଉପସ୍ଥିତ ଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
