କଳିଙ୍ଗ ରୋଡ ସ୍ଥିତ ଏନ୍ ଏଚ ରେ ଟ୍ରକ ବସ୍ ଧକ୍କା

କଳିଙ୍ଗ ରୋଡ ସ୍ଥିତ ( ଏନ୍ ଏଚ) ରେ ବସ୍ ଟ୍ରକ୍ ଧକ୍କାରେ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।ଘରୋଇ ବସ୍ ଟି ଆସିକା ବସ୍ ଷ୍ଟପ ରେ ଯାତ୍ରୀ ଓହ୍ଲାଇ ବଡଗଡ ସୋରଡ଼ା ଅଭିମୁଖେ ଯାତ୍ରା କରୁଥିଲା ଠିକ୍ ସେହି ସମୟରେ ଏକସାର ବୋଝେଇ ଟ୍ରକ ସାର୍ ଖାଲି କରି ଗୋଦାମ ଭିତରୁ ମୂଖ୍ୟ ରାସ୍ତା କୁ ଅଗ୍ରସର ହେଉଥିଲା। ଠିକ୍ ସେହି ସମୟରେ ଯାତ୍ରୀବାହୀ ବସ୍ ଟି ଯାତ୍ରୀ ଙ୍କୁ ନେଇ ସହର ଅତିକ୍ରମ କରୁଥିବା ସମୟରେ ଉଭୟେ ଧକ୍କାର ଶିକାର ହେଲେ ଉଭୟ ଗାଡ଼ି ର ଗତି ଧିମା ଥିବାରୁ କୈାଣସି ଯାତ୍ରୀ ମୃତାହତ ହୋଇନାହାନ୍ତି। ଯାତ୍ରୀ ମାନଙ୍କ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଆସିକା ଥାନାଧିକାରୀ ଖବର ପାଇ ତୁରନ୍ତ ଫୋର୍ସ ପଠାଇ ଯାତ୍ରୀ ମାନଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସେମାନଙ୍କ ଆଶୁ ଚିକିତ୍ସା କରାଯାଇଥିଲା। ଆଜ ଗଣେଶ ଚତୁର୍ଥୀ ଥିବାରୁ ରାସ୍ତା ଗହଳି ନଥିଲା ନହେଲେ ଅନେକ ଧନ ଜୀବନ ନଷ୍ଟ ହୋଇଥାନ୍ତା।

Leave a Reply

Your email address will not be published. Required fields are marked *