ସୁଭଦ୍ରା ସଚେତନତା ରଥ
ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଛତ୍ରପୁର ବିଧାୟକ କୃଷ୍ଣ ନାୟକ ଏବଂ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଦ୍ୱାରା ଉଦ୍ଘାଟିତ ହେଲା ସୁଭଦ୍ରା ସଚେତନତା ରଥ
(ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ )
ଛତ୍ରପୁର :-୦୭/୦୯ (ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଓଡିଶା ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଶନିବାର ଦିନ ପୂର୍ବାହ୍ନ ୧୧ଘଣ୍ଟ ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚାତନତା ରଥର ଆୟୋଜନ କରାଯାଇଅଛି । ଓଡିଶାର ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହି ସୁଭଦ୍ରା ରଥ ଛତ୍ରପୁର ବ୍ଲକ୍ ରେ ପରିଭ୍ରମଣ କରି ଜନ ସାଧାରଣଙ୍କୁ ସଚେତନ କରାଇବ । ସୁଭଦ୍ରା ଯୋଜନା ଆବେଦନ ପାଇଁ ଓ୍ବେବ ସାଇଟ୍ ପୋର୍ଟାଲର ସୁଧାର ଆଣିବା ପାଇଁ ସମସ୍ତ ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ, ଅଙ୍ଗନଓ୍ବାଡି ସହାୟିକା ମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ମାନ୍ୟବର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧ୍ୟକ୍ଷ ଜଗ ମୋହନ ମୀନା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମୀତା, ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଡ, ସିଡିପିଓ ପ୍ରଣମିତା ପଣ୍ଡା, ଓଡିଶା ଜୀବିକା ମିଶନ ଶକ୍ତିର ବ୍ଲକ୍ ସଂଯୋଜିକା ମାନିନୀ ଜେନା, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ, ଅଙ୍ଗନଓ୍ବାଡି ସହାୟିକା, ବିଏଲଏଫ୍ କର୍ମୀ, ଓଏଲଏମ, ଜିପିଏଲଏଫ୍ କର୍ମୀ, ମିଶନ୍ ଶକ୍ତି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ।
