କାମାକ୍ଷାନଗର ମହିମା ଗାଦିରେ ନବାନ୍ନ ଉତ୍ସବ ପାଳିତ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିମା ଗାଦିର ନୂଆ ଖାଇ ନବାନ୍ନ ଉତ୍ସବ ଆଜି ପାଳିତ ହୋଇଛି । ଏହି ଉତ୍ସବରେ ୨ହଜାରରୁ ଊର୍ଦ୍ଧ୍ୱ ସାଧୁ ଭକ୍ତ ଯୋଗ ଦେଇଥିଲେ । ପ୍ରତିବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ଦ୍ୱିତୀୟା ରେ ଏହି ପର୍ବ ପାଳନ ହେଉଛି ।ଚଳିତ ବର୍ଷ ମହିମାଗାଦିରେ ନବାନ୍ନ ଉତ୍ସବ ପାଳନ କରିବା ଓ ନବାନ୍ନ ପ୍ରସାଦ ଖାଇବା ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ସାଧୁଭକ୍ତ ମହିମା ଗାଦିରେ ପହଞ୍ଚିଥିଲେ । ଆଜି ପ୍ରାତଃ ବ୍ରାହ୍ମମୂହୁର୍ତ୍ତରେ ସାଧୁମାନେ ନୂଆଚୁଡା, କଦଳୀ, ନଡ଼ିଆ,ଦହି,ଗୁଡ଼,କାଜୁ, କିସମିସ,ଅଦା, ଗୁଜୁରାତି,ଅଳେଇଚ, ଲବଙ୍ଗ ଓ ବିଭିନ୍ନ ପ୍ରକାର ଫଳମୂଳ ଦ୍ୱାରା ପ୍ରସ୍ତୁତ ସୁସ୍ୱାଦୁ ନବାନ୍ନକୁ ୭ଟି ନୂଆ ମାଟି ହାଣ୍ଡିରେ ସାତ ଜଣ ତ୍ୟାଗୀ ବରିଷ୍ଠ ବକ୍କଳ ଧାରୀ ସନ୍ନ୍ୟାସୀଙ୍କ ଉପସ୍ଥିତିରେ ଅଲେଖ ମହିମା ଡାକ ଦେଇ ମହିମା ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ । ହଜାର ହଜାର ସାଧୁ ଭକ୍ତଙ୍କ ଗହଳି ମଧ୍ୟରେ ସାଧୁସନ୍ଥମାନେ ମହିମା ସ୍ୱାମୀଙ୍କୁ ପ୍ରାର୍ଥନା କରି ଜଗତବାସୀଙ୍କର ମଙ୍ଗଳ କାମନା କରି ପ୍ରୃଥିବୀ ଶସ୍ୟଶ୍ୟାମଳା ହେବା ପାଇଁ ଅଲେଖ ଡାକ ଦେଇଥିଲେ ।

ପ୍ରାତଃ ୭ଟା ସମୟରେ ବାଲ୍ୟଲୀଳା ଭୋଗ ବଣ୍ଟନ କରାଯାଇଥିଲା। ପୂର୍ବାହ୍ନ ୯ଘଣ୍ଟା ସମୟରେ ଭୀକ୍ଷାଭଣ୍ଡାର ଠାରେ ପ୍ରସ୍ତୁତ ନବାନ୍ନ ସତସଙ୍ଗ ବିଧିରେ ସନ୍ୟାସୀ ମାନେ ପରସ୍ପର ଆଦାନ ପ୍ରଦାନ କରି ପ୍ରସାଦ ସେବନ କରିଥିଲେ । ଶେଷରେ ହଜାର ସଂଖ୍ୟାରେ ଉପସ୍ଥିତ ସାଧୁଭକ୍ତ, ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ
