ବିପଦ ସଙ୍କୁଳ ଅବସ୍ଥାରେ ସୋରଡ଼ା ଜଳ ଭଣ୍ଡାର
!ସୋରଡ଼ା-୮/୯: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋରଡା ଅଞ୍ଚଳର ଥିବା ସୋରଡ଼ା ଜଳ ଭଣ୍ଡାର ବିପଦ ସଙ୍କୁଳ ଅବସ୍ଥାରେ। ସୋରଡ଼ା ଚତୁଃର୍ଦିଗକୁ ଘେରି ରହିଛି ପାହାଡ,ପର୍ବତ ଓ ନଦୀ। ଋଷିକୁଲ୍ୟା ଓ ଜରାଉ ନଦୀର ସଙ୍ଗମ ସ୍ଥଳ ହେଉଛି ସୋରଡ଼ା।ବର୍ଷା ସମୟରେ ପ୍ରଚୁର ପରିମାଣରେ ନଦୀରେ ପାଣି ଆସିଥାଏ ।ବହି ଯାଉଥିବା ପାଣିକୁ ସଦୁପଯୋଗ କରିବା ପାଇ ବ୍ରିଟିଶ ଶାସନ ସମୟରେ ସୋରଡାରେ ଏକ ଡ୍ୟାମ ତିଆରି କରାଯାଇଥିଲା।ଯାହାଦ୍ୱାରା ସୋରଡାର ତଳିଆ ଅଞ୍ଚଳରେ ପାଣିର ଅଭାବ ଦୂର କରାଯାଇପାରିଛି।ସୋରଡା ଜଳ ଭଣ୍ଡାରର ଗଛିତ ପାଣିକୁ କେନାଲ କରାଯାଇ ବ୍ରହ୍ମପୁର ସହରକୁ ମଧ୍ୟ ଯୋଗାଣ କରାଯାଉଛି।ସୋରଡ଼ା ସହର ବାସିନ୍ଦା ଏହି ଡ୍ୟାମର ପାଣିକୁ ପାନୀୟ ରୂପେ ବ୍ୟବହାର କରୁଛନ୍ତି।ଖାଲି ସେତିକି ନୁହେଁ ସୋରଡ଼ା ଓ ଆଖପାଖ ଗାଁର ବହୁ ମତ୍ସ୍ୟଜିବୀ ପରିବାର ଏହି ଜଳ ଭଣ୍ଡାର ରେ ମାଛ ଚାଷ କରି ନିଜର ଜୀବିକା ନିର୍ବାହ କରୁଛନ୍ତି ।ଏହି ଡ୍ୟାମ ଉପରେ ସୋରଡ଼ା, ବୁଗୁଡ଼ା, ବାଲିଘାଇ, ପୋଡ଼ଖାରୀ, ବାଲିଘାଇ ଭଳି ଅନେକ ଗ୍ରାମର ୮୦୦ ରୁ ଅଧିକ ପରିବାର ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବେ ମାଛଧରି ପରିବାର ପ୍ରତିପୋଷଣ କରୁଛନ୍ତି।ଡ୍ୟାମରେ ନଦୀର ଗୋଳିଆ ଜଳ ମିଶିବା ଫଳରେ ଡ୍ୟାମ ପୋତି ହୋଇଯାଉଥିବାରୁ ଜଳ ଧାରଣ କ୍ଷମତା କମି ଯାଇଛି ।ଫଳରେ ସହର କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରୁନି।ଦୁର୍ଦିନ ରେ ଧୀବର ପରିବାର । ସୋରଡା ୧୮୯୫ ମସିହାରେ ୭00 ହେକ୍ଟର ଜମିରେ ଏହି ଜଳଭଣ୍ଡାର ନିର୍ମାଣ କରାଯାଇଥିଲା।ଜରାଉ ନଦୀ ଉପରେ ଆନିକଟ ନିର୍ମାଣ କରାଯାଇ ନଦୀର ଜଳକୁ ସଂରକ୍ଷଣ କରାଯାଇ ରଖାଯାଉଛି।ପୂର୍ବରୁ ଏହି ଜଳ ଭଣ୍ଡାରରେ ରେକର୍ଡ ସଂଖ୍ୟକ ମାଛ ଉତ୍ପାଦନ କରାଯାଇଛି।ରୋହି ,ଭାକୁର ,ମୀରା ,ବଡ ଚିଙ୍ଗୁଡି,ଭଳି ଅନେକ ପ୍ରଜାତିର ମାଛଚାଷ ହେବା ସହିତ ଛୋଟ ମାଛ ଭିତରେ ବୋରୀଆ ,କେରାଣ୍ଡି ,ମହୁରାଳି ଛୋଟ ଚିଙ୍ଗୁଡି ପ୍ରଚୁର ପରିମାଣ ରେ ଆଦାୟ ହେଉଥିଲା ।କଟକ, ଭୁବନେଶ୍ୱର ଓ କଲିକତା ଭଳି ସହରକୁ ଏଠାକର ମାଛ ବିକ୍ରି ପାଇଁ ପଠା ଯାଉଥିଲା।ଏଠାକାର ମଧୁର ମାଛ ଖାଇବା ପାଇଁ ଗ୍ରାହକ ମାନେ ଚାହିଁ ରହିଥାନ୍ତି । ଡ୍ୟାମ ନିର୍ମାଣକୁ ୧୩0 ବର୍ଷ ପୂର୍ତ୍ତି ହୋଇଗଲାଣି
