ପ୍ରେସକ୍ଳବ ବ୍ରହ୍ମପୁର ନବନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ବ୍ରହ୍ମପୁର ପ୍ରେସ କ୍ଳବର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ସୋରଡା ବିଧାୟକ ନିଳମଣୀ ବିଷୋୟୀ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଲେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ , ଅର୍ବାନ ବ୍ୟାଙ୍କ ସଭାପତି ଆର. ମୁରଲୀ ମୋହନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ବିଜେଡି ନେତା ଭୀମସେନ ଦଲେଇ ଯୋଗ ଦେଇଥିଲେ। ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥ‌ିବା ଅଧିକାରୀଙ୍କୁ ପ୍ରେସ କ୍ଳବ ପକ୍ଷରୁ ସମ୍ବଦ୍ଧନା କରାଯାଇଥିଲା। ସଭାପତି ଅଶୋକ ବ୍ରହ୍ମା, ସମ୍ପାଦକ ପ୍ରହ୍ଲାଦ ସାହୁ, ଉପ-ସଭାପତି ଅଭୟ ପାଢୀ, ସ‌ହ-ସମ୍ପାଦକ ଗୋପାଳ ରେଡ୍ଡୀ , କୋଷାଧକ୍ଷ ଶିବ ନାରାୟଣ ପଣ୍ଡା।ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ପୂର୍ବତନ ସଭାପତି ବିଶ୍ଵନାଥ ପଟ୍ଟନାୟକ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ଜ୍ୟୋତି ରଞ୍ଜନ ଦାଶ, ସମୀର ଆଚାର୍ଯ୍ୟ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ବିଭିନ୍ନ ଅନୁଷ୍ଠାନ ପକ୍ଷକୁ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ବ୍ରହ୍ମପୁର ପ୍ରେସ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *