ସୁଭଦ୍ରା ସଚେତନତା ରଥ କୁ ଭବ୍ୟ ସ୍ଵାଗତ।

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସର ମଧ୍ୟ ରେ ସୁଭଦ୍ରା ସଚେତନତା ରଥ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଅଛି । ସୁଭଦ୍ରା ସଚେତନତା ରଥ ରାଇକିଆ ବ୍ଲକ ର ବିଭିନ୍ନ ପଞ୍ଚାୟତ ପରିକ୍ରମା କରିବା ସହିତ ସୁଭଦ୍ରା ଯୋଜନା ବାବଦରେ ଜନସାଧାରଣ ଙ୍କୁ ସଚେତନ କରାଇବା ସହିତ କେଉଁଭଳି ଭାବେ ଏହି ଯୋଜନା ଦ୍ଵାରା ସୁଫଳ ମିଳିପାରିବ ତାହା ଉପରେ ଲୋକ ଙ୍କୁ ଅବଗତ କରାଇବ। ଆଜିର ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ରାଇକିଆ ବିଡ଼ିଓ ସିମାଞ୍ଚଳ ମଣ୍ଡଳ ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ସନ୍ତୋଷ ଲେଙ୍କା,ବ୍ଲକ ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ପାତ୍ର,ଘନଶ୍ୟାମ ପ୍ରଧାନ,ସନକ ଦିଗାଲ, ଅନ୍ତର୍ଯ୍ୟାମୀ ଲେଙ୍କା ଙ୍କ ସହିତ ବ୍ଲକ୍ ର ସମସ୍ତ ସରକାରୀ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ,S.H.G ଗ୍ରୁପ୍ ର ମହିଳା ମାନେ ଉପସ୍ଥିତ ରହିଥିଲେ । ସୁଭଦ୍ରା ଯୋଜନା କୁ ନେଇ ଏବେ ସାରା ରାଜ୍ୟରେ ମହିଳା ମାନଙ୍କ ମଧ୍ୟ ର ବେଶ୍ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏହି ରଥ ମାଧ୍ୟମରେ ହିତାଧିକାରୀଙ୍କ ନିକଟରେ ସୁଭଦ୍ରା ଯୋଜନା ବାବଦରେ ସଠିକ ବାର୍ତା ପହଞ୍ଚି ପାରିବ ବୋଲି ବିଡ଼ିଓ ମତବ୍ୟକ୍ତ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *