ଏସ, ଏଚ ,ଜି,ଗୃପ ରୁ ଟଙ୍କା ହଡ଼ପ ଘଟଣା

ଆଜି ଏବଂ ବନ୍ତ ଥାନା ଅଧିକାରୀ ମାଆ ତାରିଣୀ ସଦସ୍ୟ ମାନଙ୍କୁ ବେବହାର ଖରାପ କରିବା ଉଦ୍ଧେଶ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର l ମା’ ତାରିଣୀ ଏସ.ଏଚ.ଜି.ରୁ ଟଙ୍କା ହଡ଼ପ କରିଥିବା ଚଣ୍ଡିପୁର-୩ ଆଂଚଳିକ ମଂଚର ସି.ଆର.ପି.ଙ୍କ ବିରୁଦ୍ଧେ ବନ୍ତ ଥାନାରେ କରା ଯାଇଥିବା ଅଭିଯୋଗର ବିଚାର ନ କରି ଥାନାଥକାରୀ ଶ୍ରୀବଲ୍ଲଭସାହୁଆମ୍ଭ ଗ୍ରୁପ୍‌ର ସଦସ୍ୟାମାନଙ୍କୁ କରିଥିବା ଦୁବ୍ୟବହାର ଏବଂ ଲତଲା ଗ୍ରହଣ ନ କରିବା ସମ୍ବନ୍ଧ ଅଭିଯୋଗ ଚଣ୍ଡିପୁର-୩ ଆଂଚଳିକ ମଂଟରେ ଥିବା ମା’ ତାରିଣୀ ଏସ.ଏଚ.ଜି.ର ସମସ୍ତ ସଭ୍ୟା, ଆପଣଙ୍କ ସଦୟ ଅବଗତି ତଥା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଉଅଛୁ କି, ଗତ ତା୧୧.୦୯.୨୪ରିଖ ଅପରାହ୍ନ ୧ ଘଟିକା ସମୟରେ ମଂଚର ସିଆରପି ସୁରଜିତା ବେହେରା ଏବଂ ତାଙ୍କର ସ୍ଵାମୀ ସନ୍ଦୀପ ବେହେରା, ସା.-ଚଣ୍ଡିପୁର, ଗ୍ରୁପ୍ ସମସ୍ୟାକୁ କେନ୍ଦ୍ର କରି ଆମ୍ଭମାନଙ୍କୁ ଟଣାଘୋଷରା କରି ଆମ୍ଭ ସହ ଥିବା ଆମ୍ବ ଗୋଷ୍ଠୀର ସଭ୍ୟା ରଂଜିତା ବେହେରାଙ୍କୁ ଅମାନୁଷିକ ଭାବେ ମାଡ଼ ମାରି ରକ୍ତାକ୍ତ କରିବା ସହ ତାଙ୍କର ମେବାଇଲ ଓ ବେକରେ ପିନ୍ଧିଥିବା ସୁନା ଚେନ୍ ଛଡ଼ାଇ ନେଇଛନ୍ତି ଏବଂ ତାଙ୍କ ଫୋନ୍ ପଛପଟେ ଥିବା ୨୦୦୦ ଟଙ୍କା ମଧ୍ୟ ଛଡ଼ାଇ ନେଇଥିଲେ । ଆମ୍ଭେ ରଂଜିତାଙ୍କ ମେଡିକାଲ ଚିକିତ୍ସା କରାଇ ବନ୍ତ ଥାନାରେ ନ୍ୟାୟ ପାଇବା ନିମନ୍ତେ ଏଖତ ଅଭିଯୋଗ କରିଥିଲୁଥାନାଧିକାରୀଅଭିଯୁକ୍ତମାନଙ୍କୁ ଡକାଇ ସେମାନଙ୍କୁ ଅନ୍ୟତ୍ର ନେଇ ଗୁପ୍ତରେ କ‌ଥା ହେବା ପରେ ହଠାତ୍ ଆସି ଆମ୍ଭମାନଙ୍କୁ ଧମକପୂର୍ଣ ଭାବେ ଦୁବ୍ୟବହାର ପ୍ରଦର୍ଶନ କରି କହିଲେ କି, ତୁମମାନଙ୍କ କଥା କିଛି ବୁଝାଯିବନି, ତୁମକୁ ମାଡ଼ ହେଇଛି ଭଲ ହେଇଛି, ତୁମର ସୁନା ଚେନ୍, ମୋବାଇଲ ଓ ପଇଓ ଛଡ଼େଇ ନେଇ ସେମାନେ ଭଲ କରିଛନ୍ତି, ତୁମେମାନେ ଜଲ୍‌ଦି ମୋ ସାମ୍ନାରୁ ଓ ଥାନାରୁ ବାହାର, ବ୍ଲକ୍‌ବାଲା ତୁମ କଥା ବୁଝିବେ ବୋଲି କ‌ହି ଆମମାନଙ୍କୁ ଙ୍କୁ ସର୍ବ ସର୍ବ ସମ୍ମୁଖରେ ଏବଂ ଆମ୍ଭଙ୍କୁ ମାଡ଼ ମାରିଥିବା ଆସାମୀମାନଙ୍କ ସାମ୍ନାରେ ଅପମାନିତ କରି ବିଦା କରି ଦେଇଥିଲେ । ଶେଷରେ ଆପଣଙ୍କ ଉପରେ ଆସ୍ଥାଭାଜନ ହୋଇ ଆମ୍ଭେମାନେ ଥାନାଧିକାରୀ ଏବଂ ସଂପୃକ୍ତ ଆସାମୀମାନଙ୍କ ବିରୁଦ୍ଧେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଆପଣଙ୍କ ଦ୍ବାରସ୍ଥ ହେଲୁ ।ଏଣୁ, ବିନୀତ ପ୍ରାର୍ଥନା କରୁଅଛି କି, ଆମ୍ଭ ଦରଖାସ୍ତର ସଠିକ ତଦନ୍ତ କରି ଉପର ଲିଖୁତ ଅଭିଯୁକ୍ତମାନଙ୍କୁ ଉଚିତ ଦଣ୍ଡ ଦେବା ସଂଗେ ସଂଗେ ବନ୍ତ ଥାନାଧିକାରୀ ଆମ୍ଭମାନଙ୍କୁ କରିଥିବା ଦୁର୍ବ୍ଯବହାର ବିଷୟରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ) ଆମ୍ଭମାନଙ୍କୁ ନ୍ୟାୟ ପ୍ରଦାନ କଲେ, ଆମ୍ଭେମାନେ ବିରୋପକୃତ ହେବୁ । ଯଦି ନିକଟ ଭବିଷ୍ୟତରେ ଆମ୍ଭେମାନେ ନ୍ୟାୟ ନ ପାଉ ତେବେ ଆଗାମୀ ଦିନରେ ଆପଣଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ଭିକ୍ଷା ପୂର୍ବକ ଧାରଣାରେ ବସିବାକୁ ବାଧ୍ଯ ହେବୁ ।

Leave a Reply

Your email address will not be published. Required fields are marked *