ରକ୍ତଦାନ ଶିବିର ଅନୁଷ୍ଠିତ l

ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଏହି ଶିବିର ଆନୁଷ୍ଠାନିକ ଭାବେ କଲେଜ ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆ ଓ ସଭ୍ୟ ବାଞ୍ଛାନିଧି ପାତ୍ର ଉଦଘାଟନ କରିଥିଲେ। ନୟାଗଡ଼ ବ୍ଳକ ବ୍ୟାଙ୍କ ତରଫରୁ ରକ୍ତ ସଂଗ୍ରହରେ ନିୟୋଜିତ ଦଳର ପ୍ରାୟ ୧୨ଜଣ କର୍ମଚାରୀ ଏହି ଶିବିରରେ ଛାତ୍ରଛାତ୍ରୀ,କର୍ମଚାରୀ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କଠାରୁ ଅତି ଯତ୍ନର ସହିତ 65 ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଥମେ ରକ୍ତଦାନ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉତ୍ସାହ ଜାଗ୍ରତ କରିଥିଲେ।ଉକ୍ତ ଶିବିର ଯୁବ ରେଡକ୍ରସ୍ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ ଓ ଜାତୀୟ ସେବା ସଂସ୍ଥା ଅଧିକାରୀ ସୁନୀଲ କୁମାର ମଲ୍ଲିକ ଓ ଦିପିକା ରାଣୀ ଟୁରୁକ ପରିଚାଳନା କରିଥିଲେ। ଶତାଧିକ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଶିବିରରେ ଯୋଗଦାନ ପୂର୍ବକ ରକ୍ତଦାତାଙ୍କୁ ସେବା ଯୋଗାଇ ଥିଲେ।

ଏହି ଶିବିରରେ ଡକ୍ଟର ଜ୍ୟୋତ୍ସ୍ନାରାଣୀ କର,ରୀତିଶ୍ରୀ ମଲ୍ଲିକ, ଡକ୍ଟର ପ୍ରକାଶ କୁମାର ସାହୁ,ପ୍ରଜ୍ଞାନ୍ସ ରଞ୍ଜନ ସାହୁ, ମଧୁସ୍ମିତା ମହାପାତ୍ର,ରୀନାବାଳା ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *