ନୂଆଖାଇ ପର୍ବ ଭେଟଘାଟ କାର୍ଯ୍ୟକ୍ରମ ଧୁମ୍ ଧାମରେ ପାଳନl

ଓଡ଼ିଶାର ଗଣପର୍ବ ନୂଆଖାଇ ନବରଙ୍ଗପୁର ଜିଲ୍ଲାର ଛତିଶଗଡ ସୀମାନ୍ତରେ ଲାଗିରହିଥିବା ପରଚିପାରା ପଞ୍ଚାୟତ ଅନ୍ତର୍ଗତ କେବିକଙ୍ଗା ଆଦିବାସୀ ଗାଆଁରେ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି ନୂଆଖାଇ ପର୍ବ। ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ ହେଉଛି ନୂଆଖାଇ ପର୍ବ।ଏହି ପର୍ବ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପଡ଼ିଥାଏ। ଏଥିପାଇଁ ଘରେ ଘରେ ପିଠାପଣାର ଆସର ମଧ୍ୟ ଖୁବ୍ ଜମେ। ଇଷ୍ଟଦେବୀ ଓ ପିତୃପୁରୁଷଙ୍କ ନିକଟରେ ନବାନ୍ନ ଲାଗି କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି ସମସ୍ତେ। ଚାଷୀ ଘରର ପୁଅ ନିଜ ଅମଳ ଧାନ ଘରକୁ ଆଣିବା ପରେ ପୂଜାର୍ଚ୍ଚନା କରି ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରିଥାନ୍ତି। ନୂଆଖାଇ ଭେଟଘାଟରେ ସାନମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥାନ୍ତି। ଭାଇଚାରାର ଏହି ନିଆରା ପର୍ବରେ ସମସ୍ତେ ନିଜ ପରିବାରର ବନ୍ଧୁ ବାନ୍ଧବଙ୍କ ସହ ସାମିଲ ହୋଇ ହସଖୁସିରେ ମଜିଯାଆନ୍ତି। ସକାଳୁ ସକାଳୁ ନୂଆ ବସ୍ତ୍ର ପିନ୍ଧି ଗାଆଁର ଇଷ୍ଟଦେବୀଙ୍କ ପାଖରେ ଏକାଠି ହୁଅନ୍ତି ଲୋକେ। ସ୍ନେହ, ପ୍ରେମ ଓ ପରମ୍ପରାର ପ୍ରତୀକ ଭାବେ ନୂଆ ଚାଉଳ, ନୂଆଚୁଡା ଓ ଫଳ ଭଳି ୯ ପ୍ରକାର ବ୍ୟଞ୍ଜନ ଭୋଗ କରାଯାଇଥାଏ।ଘରର ମୁରବୀଠାରୁ ନବାନ୍ନ ଗ୍ରହଣ କାର୍ଯ୍ୟ ଆରମ୍ଭ କରି ସମସ୍ତେ ଏକାଠି ବସି ନୂଆ ଖାଇଥାନ୍ତି।ଖଲି ଦନାରେ ଛଅ ତିଅଣ ନଅ ଭଜା ଏକାଠି ବସି ଖାଇବାର ମଜା ଖୁବ୍ ନିଆରା ।ପରେ ପରେ ସନ୍ଧ୍ୟାରେ ନୃତ୍ୟ ଗୀତର ଆସର ମଧ୍ୟ ଖୁବ୍ ଜମିଥାଏ । ଡାଲଖାଇ, ରସରକେଲି ପରି ଗୀତରେ ମତୁଆଲା ହୋଇଥାନ୍ତି ନବରଙ୍ଗପୁର ଜିଲ୍ଲା ଛତିଶଗଡ଼ ସୀମାନ୍ତରେ ଲାଗିରହିଥିବା ଅଞ୍ଚଳବାସୀ।

Leave a Reply

Your email address will not be published. Required fields are marked *