ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ l
ରାୟଗଡା ବ୍ଲକ ଅନ୍ତର୍ଗତ ଜେକେପୁର ସ୍ଥିତ ସୁନି ଜାମା ମସଜିଦ ପକ୍ଷରୁ ମହା ପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ସୁନି ସମ୍ପ୍ରଦାୟର ମୁସୁଲିମ୍ ଭାଇ ମାନଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଶାନ୍ତି ଶୃଂଖଳାର ସହ ଜେକେପୁର ନଗର ପରିକ୍ରମା କରିବା ସହ ମହମ୍ମଦଙ୍କ ସ୍ମୃତି ଚାରଣ କରିଥିଲେ । ମସଜିଦିର ଇମାମ୍ ଫତୁଆ କରି ସମସ୍ତଙ୍କ ପାଇଁ ପ୍ରାର୍ଥନା କରିଥିଲେ । ମସଜିଦର ଅଧ୍ୟକ୍ଷ ଅବଦୁଲ ରହମନ୍ ସମ୍ପାଦକ ଅବଦୁଲ୍ ଅମିନ ଓ ଅସିମୂର୍ ରହମାନ ଖାଁ ଶୋଭାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ।
