ଶଙ୍କରପୁରରେ ଭାଗବତ ସପ୍ତାହ ୩ ହଜାର ଶ୍ରଦ୍ଧାଳୁଙ୍କ କଳସ ଶୋଭାଯାତ୍ରା

ଭଦ୍ରକ ପୌରପାଳିକା ଅଧୀନ ଶଙ୍କରପୁରସ୍ଥିତ ବାବା ବାଲ ଗଣେଶ ପୂଜା କମିଟି ଆନୁକୂଲ୍ୟରେ ଭାଗବତ ସପ୍ତାହ ଉପଲକ୍ଷେ ଏକ ବିଶାଳ କଳସ ଶୋଭାଯାତ୍ରା କରାଯାଇଛି। ୧୧୧ ଜଣ ମହିଳା ସନ୍ଥିଆ ହୁରିପଦା ଘାଟରୁ କଳସ ଉଠାଇ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରାରେ ୩ ହଜାରରୁ ଅଧିକ ଭକ୍ତ ସାମିଲ ହୋଇଥିଲେ। ପାରମ୍ପରିକ ବାଦ୍ୟରେ କମ୍ପିଥିଲା ସମଗ୍ର ଅଞ୍ଚଳ। ବାବା ବାଲ ଗଣେଶ ପୂଜା ମଣ୍ଡପ ନିକଟରେ ଶୋଭାଯାତ୍ରା ପହଞ୍ଚିବା ତାଙ୍କୁ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଶୋଭାଯାତ୍ରାରେ କମିଟିର ପାଞ୍ଚ ଜଣ ସଦସ୍ୟ ରାଜକିଶୋର ପାତ୍ର, ନୀତେଶ ପାତ୍ର, ସୁଶାନ୍ତ ସିଂ, ଶଙ୍କର ସେନ୍, ଦେବାଶିଷ ବାରିକ ପ୍ରମୁଖ ମୁଖ୍ୟ କଳସ ଧରିଥିଲେ। ସନ୍ଥିଆ ମଦନ ମୋହନ ମନ୍ଦିରରୁ କମିଟିର ସଦସ୍ୟ କାହ୍ନୁ ସିଂ ଭାଗବତ ଗ୍ରନ୍ଥ ସହ ପରିକ୍ରମା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ବାମୀ ଶ୍ରୀ ମୁକୁନ୍ଦ କୃଷ୍ଣ ଜୀ ମହାରାଜ ଉପସ୍ଥିତ ଥିଲେ । ଉକ୍ତ କ୍ଳବ ପକ୍ଷରୁ ଗତ ୧୧ ବର୍ଷ ଧରି ପୂଜାସୋବ କରି ଆସୁଛି । ଚଳିତ ବର୍ଷ ଏହି ପୂଜା ବେଶ ଧୁମଧାମରେ ପାଳନ ହେଉଛି। ମଣ୍ଡପରେ ପ୍ରବଚନ କାର୍ଯ୍ୟକ୍ରମ ଜାରି ରହିଛି। ଗତକାଲି କଳସ ଶୋଭାଯାତ୍ରା ସରିଥିବାବେଳେ ଆସନ୍ତା ୨୦ ତାରିଖ ଏଠି ରାଧାକୃଷ୍ଣଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସେହିଦିନ ମଧ୍ୟାହ୍ନରେ ପୂର୍ଣାହୂତି ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *