୪ ଦୃଷ୍ଟି ବାଧିତ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଲାପଟପ ବଣ୍ଟନ

୪ ଦୃଷ୍ଟି ବାଧିତ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଲାପଟପ ବଣ୍ଟନ।ପୁରୀ ୧୭/୯ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ୪ ଜଣ ଦୃଷ୍ଟି ବାଧିତ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜାଭା ସଫ୍ଟଓୟାର ସଂଯୁକ୍ତ ଥିବା ଲାପଟପ ପ୍ରଦାନ କରିଛନ୍ତି।ଏହି ମେଧାବୀ ମାନ ଙ୍କୁ ଉଚ୍ଚ ଶିକ୍ଷା ରେ ସହାୟତା ପାଇଁ ବିନା ମୂଲ୍ୟ ରେ ଲାପଟପ ପ୍ରଦାନ କରାଯାଇଛି।ଲାପଟପ ମାଧ୍ୟମରେ ମେଧାବୀ ପିଲା ମାନେ ସେମାନଙ୍କ କ୍ୟାରିଅର କୁ ଆଗକୁ ନେବା ସହ ସମାଜ ର ଜଣେ ଜଣେ ସମ୍ବଳ ହୋଇ ପାରିବେ ବୋଲି ଜିଲ୍ଲାପାଳ ମତ ଦେଇ ୪ ମେଧାବୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ ପଢ଼ୁଥିବା ସ୍ୱାଧୀନ ଜେନା ଓ ସତ୍ୟଭାମା ରାଉତ, ଡେଲାଙ୍ଗ ଗାଦୀବ୍ରହ୍ମ ଡିଗ୍ରୀ କଲେଜ ଛାତ୍ର ଆକାଶ ପରିଡା, ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜ ଅଫ ଏଡୁକେଶନର ଛାତ୍ର ବାପି ଜେନା ଏହି ଲାପଟପ ପାଇଥିଲେ।ଏହି ବଣ୍ଟନ ସମୟରେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଶୁଂ ଶେଖର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *