ପର୍ଯ୍ୟଟନ ଦିବସ ଅବସର ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ
ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ପର୍ଯ୍ୟଟନ ଶାନ୍ତି, ଭାଇଚାରା ସୃଷ୍ଟି ସହ ଅର୍ଥ ନୀତି କୁ ମଧ୍ୟ ସମୃଦ୍ଧ କରିଥାଏ। ପର୍ଯ୍ୟଟକ ମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଭ୍ରମଣ ସହ ସ୍ଥାନୀୟ ଲୋକ ମାନଙ୍କ ପାଇଁ ଆର୍ଥିକ ସହଭାଗିତା ରେ ସହାୟକ ହୋଇଥାନ୍ତି। ପର୍ଯ୍ୟଟନ ମଧ୍ୟ ମନକୁ ଆନନ୍ଦ ଓ ଶାନ୍ତି ଦେଇଥାଏ।ସେଥିପାଇଁ ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସ ର ଥିମ୍ ରହିଛି ପର୍ଯ୍ୟଟନ ଓ ଶାନ୍ତି। ଜିଲ୍ଲା ପ୍ରଶାସନ ଓ ପୁରୀ ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଗୋଲ୍ଡେନ ବିଚ୍ ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୁରୀ ପୈାର ପରିଷଦ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ପର୍ଯ୍ୟଟନ ସହକାରୀ ନିର୍ଦେଶକ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସହକାରୀ ଜିଲ୍ଲାପାଳ ତନ୍ମୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା ରେ ସାମିଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ, ବେଳାଭୂମି ଫଟୋଗ୍ରାଫର ସଂଘର ସଦସ୍ୟ,ବିଭିନ୍ନ ହୋଟେଲର ସଦସ୍ୟ, ଟୁର ଅପରେଟର,ଟୁରିଷ୍ଟ ଗାଇଡ, ଲାଇଫ ଗାର୍ଡ ମାନେ ବେଳାଭୂମି ସଫେଇ ରେ ସହଯୋଗ କରିଥିଲେ।
