ଜଗତସିଂହପୁର ଜିଲ୍ଲାରେ ନର୍ସିଂ ଅଫିସର ଙ୍କ ଧାରଣା
ଆସନ୍ତା କାଲି ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କୁ ନେଇ ଚେତାବନୀଆଙ୍କର- ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଆହ୍ୱାନ ରେ 10 ଦଫା ଦାବି ନେଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସମସ୍ତ ନର୍ସିଂ ଅଫିସର ମାନଙ୍କ ଧାରଣା ଆଜି ଦ୍ଵିତୀୟ ଦିନରେ ପହଁଚିଛି । ଜିଲ୍ଲା ର ପ୍ରାୟ 200 ରୁ ଉର୍ଦ୍ଧ୍ବ ନର୍ସିଂ କର୍ମଚାରୀ ମାନେ ଏହି ଆନ୍ଦୋଳନ ରେ ସାମିଲ ହୋଇ ଛନ୍ତି । ଏହାଦ୍ବାରା ଆନ୍ଦୋଳନ କରିବା ଦ୍ୱାରା ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଛି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଯଦି ରାଜ୍ୟ ସରକାର ଦାବି ପୂରଣ ନ କରନ୍ତି ତେବେ ଆସନ୍ତା କାଲି 27 ତାରିଖ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରାଯିବ ବୋଲି ଆନ୍ଦୋଳନ କାରି ନର୍ସିଂ ଅଫିସର ମାନେ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଆସନ୍ତା କାଲି ଠାରୁ ସାରା ଜିଲ୍ଲା ରେ ରୋଗୀ ସେଵା ବାଧାପ୍ରାପ୍ତ ହେବ । ତେଣୁ ଏହାର କିପରି ସମାଧାନ କରାଯାଇ ପାରିବ ସେ ନେଇ ଆଲୋଚନା ଚାଲିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।
