ଦୁର୍ନୀତି ଚରମ ସୀମାରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ
ଘୋଟାଲା ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଲେ କାଉନସିଲର ଭଗବାନ ପାଢ଼ୀକୋଦଳା -୨୭/୯/୨୪ – ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଅଧ୍ୟକ୍ଷ କାଉନସିଲର ମୁହାଁମୁହିଁ l ବୁଧବାର ଦିନ ଅଧ୍ୟକ୍ଷ ନାୟକ ସାମ୍ବାଦିକ ସମ୍ମିଳନୀ କରି 11 ନଂ ୱାର୍ଡ କାଉସିଲର ଭଗବାନ ପାଢ଼ୀ ଙ୍କ ବିରୋଧ ରେ ନିର୍ଦ୍ଧିଷ୍ଟ ଅଭିଯୋଗ ଆଣିବା ପରେ ଆଜି କାଉସିଲର ଭଗବାନ ପାଢ଼ୀ ଗଣମାଧ୍ୟମ ଆଗରେ ପ୍ରମାଣ ସହିତ ଉପସ୍ଥାପନ କରିଛନ୍ତି ଏନଏସି ରେ ଚାଲିଥିବା ମହାଘୋଟଲା l ଏନଏସି ଅଧ୍ୟକ୍ଷ ସରକାରୀ ବାବୁ ମାନଙ୍କୁ ହାତବାରସି କରି ବ୍ୟାପକ ଘୋଟାଲା କରିଥିବା ବେଳେ ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ସାମିଲ ଥିବା ନେଇ ହୋଇଛି ସଙ୍ଗୀନ ଅଭିଯୋଗ l ଏନଏସି ରେ ବର୍ତ୍ତମାନ ଅନେକ କାର୍ଯ୍ୟ ବିନା ନିର୍ଦ୍ଧାରଣ ଓ ଵିଜ୍ଞାପନରେ ଚାଲୁରହିଛି l ପୋଖରୀ ରୁ ଦଳ ବାହାରକରିବା ସହିତ ମାଛ ଛାଡିବା ,ବୃକ୍ଷ ରୋପଣରେ ଏନଏସି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇବା ,ପୂର୍ତ୍ତବିଭାଗ ରାସ୍ତା ଠାରୁ ନାମଯଜ୍ଞା ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଫେବର ପକାଇବା କାମ ସମେତ ବିନା ନିର୍ଧାରଣ ଓ ଵିଜ୍ଞାପନ ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅଧ୍ୟକ୍ଷ୍ୟ ଙ୍କ ଭାଇ ଦ୍ୱାରା କରାଯାଉଛି l ତତ ସହିତ ପୂର୍ବରୁ ଏନଏସି ସଫେଇ ଟେଣ୍ଡର ନେଇଥିବା ସଂସ୍ଥା କୁ ଅହେତୁକ ଅନୁକମ୍ପା ରହିଛି । ଉକ୍ତ ସଂସ୍ଥା ମାସକୁ 3 ଲକ୍ଷରୁ ଚାରି ଲକ୍ଷ ଟଙ୍କା ସଫେଇ ବାବଦ କୁ ନେଉଥିବା ବେଳେ ବର୍ତ୍ତମାନ ତାହା 7 ରୁ 8 ଲକ୍ଷ ଟଙ୍କା ବିଲ କରି ବାଟମାରଣା କରାଯାଉଛି ବୋଲି କହିଛନ୍ତି କାଉନସିଲର ଭଗବାନ । ଚାରି ମାସ ପୂର୍ବରୁ ସଂସ୍ଥା ର ଲିଜ ଅବଧି ସରିଯାଇଥିଲେ ମଧ୍ୟ ଅଧ୍ୟକ୍ଷ ଜାଣିଶୁଣି ବର୍ତ୍ତମାନ ବିନା ଟେଣ୍ଡରରେ ସଫେଇ ଦାୟିତ୍ୱ ପ୍ରଦାନ କରିଛନ୍ତି l ସେହିଭଳି ଏନଏସି ରେ ଲାଗିଥିବା ଗାଡି ରେ ମଧ୍ୟ ରହିଛି ଘୋଟାଲା l ନିୟମ ମୁତାବକ ମାତ୍ର 8 କିଲୋମିଟର ମଧ୍ୟରେ ନିର୍ବାହୀ ଅଧିକାରୀଙ୍କୁ ଙ୍କୁ ନେବା ଆଣିବା କରିବା ପାଇଁ ନିର୍ଦ୍ଦେଶ ଥିବାବେଳେ ପ୍ରତ୍ୟହ ନିର୍ବାହୀ ଅଧିକାରୀ ରହୁଥିବା ପର୍ଯ୍ୟନ୍ତ ପ୍ରାୟ 60 କିଲୋମିଟର ଚଳପ୍ରଚଳ କରୁଛି l ଯଦି କେହି ଆପତ୍ତି ଉଠାଏ ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟକ୍ଷ୍ୟ ଙ୍କ ଇଚ୍ଛାମୁତାବକ କାଉନସିଲରଙ୍କ ନାମରେ ଥାନାରେ ଅଭିଯୋଗ କରି ଧମାକାଉଛନ୍ତି l ଗତ ମାସରେ ଏନଏସି ରେ ବସିଥିବା କାଉନସିଲ ବୈଠକ ର ନିର୍ଧାରଣ କପି ରେ କିଛି ଜାଲିଆତି କରିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ପ୍ରଦାନ କରାଯାଉନାହିଁ l ତେବେ କାହିଁକି ନିର୍ଦ୍ଧାରଣ କପି ପ୍ରଦାନ କରାଯାଉ ନାହିଁ ବୋଲି କାଉନସିଲର ପ୍ରଶ୍ନ କଲେ ଥାନା ଓ ମାଡ଼ ର ଧମକ l ଜଣେ କାଉନସିଲର ହିସାବରେ ତଥ୍ୟ ଥାଇ ଦୁର୍ନୀତି ବିରୋଧ ରେ ସ୍ୱର ଉତ୍ତଳନ କଲେ ଅଧ୍ୟକ୍ଷ ମିଥ୍ୟା ଆରୋପ ଆଣିବା ସହ ହତ୍ୟା ଷଢଯନ୍ତ୍ର କରାଉଥିବା ଅଭିଯୋଗ କରିଛନ୍ତି କାଉସିଲର ପାଢ଼ୀ ! ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏଠାରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଦୀପିକା ବେହେରାଙ୍କ rti ତଥ୍ୟ ଅନୁଯାଇ କୌଣସି କାଗଜପତ୍ର ଠିକ ନଥିବା ବେଳେ ଏବଂ ଅନ୍ୟତ୍ର ବଦଳି ହୋଇସାରିଥିଲେ ମଧ୍ୟ କାହିଁକି ଅଧ୍ୟକ୍ଷ ଏବଂ ନିବାହିଅଧିକାରୀ ଯନ୍ତ୍ରୀ ଙ୍କୁ ଘଣ୍ଟ ଘୋଡାଇ ରଖିଛନ୍ତି? ଯଦି ଅଭିଯୋଗ ମିଥ୍ୟା ଥାଏ ତେବେ ଏନଏସି ରେ ବର୍ତ୍ତମାନ ଚାଲିଥିବା ସମସ୍ତ କାର୍ଯ୍ୟଉପରେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ତଦନ୍ତ କରାଗଲେ ,ସତ୍ୟତା ପଦାକୁ ଆସି ପାରିବ ବୋଲି ଦାବୀ କରିଛନ୍ତି କାଉନସିଲର l ତେବେ ଏନଏସି ଅଧ୍ୟକ୍ଷ ଓ କାଉନସିଲର ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ କୁ ଦେଖିଲେ ଏଠି ସ୍ୱଷ୍ଟ ଭାବେ ବାରି ହେଉଛି ଘଟଣା ପଛରେ କିଛି ବଡ଼ ରହସ୍ୟ ରହିଛି l ରିପୋର୍ଟ :-ରଂଜିତ କୁମାର ପୋଲାଇ
