ଗୋପାଳ ପୁରରେ ସୁରଭି କାର୍ଯ୍ୟକ୍ରମ
ଗୋପାଳ ପୁରରେ ଥିବା ପି ,ଏମ,ଉଚ୍ଚ ବିଦ୍ୟାଳୟରେ ନାରାୟଣ ପୁର କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଗୋପାଳ ପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମାନସ ରଞ୍ଜନ ମଲ୍ଲିକ , ବିଶିଷ୍ଟ ଅତିଥି ରୂପେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଏ ଜାନକୀ ରାମ, ମୁଖ୍ୟ ବକ୍ତା ଭାବେ ଓଷ୍ଟା ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ବେହେରା ,କାଉନସିଲର ଜି ମୋହନ ଯୋଗ ଦେଇଥିଲେ ।ପି ଏମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ 15ରୁ ଉର୍ଦ୍ଧ୍ବ ପ୍ରାଥମିକ ,ଉଚ୍ଚ ପ୍ରାଥମିକ ,ଉଚ୍ଚ ବିଦ୍ୟାଳୟ , ଗୋପାଳ ପୁର ମହାବିଦ୍ୟାଳୟ ଯୁକ୍ତ ଦୁଇର ଛାତ୍ର ଛତ୍ରୀ ସମେତ ପ୍ରାୟ 160 ଜଣ ଯୋଗ ଦେଇଥିଲେ । କ୍ଲଷ୍ଟର ସ୍ତରୀୟ ସମସ୍ତ ଶିକ୍ଷକ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ବକ୍ତୃତା ,ତର୍କ ,ପ୍ରବନ୍ଧ ,ଚିତ୍ରାଙ୍କନ , କୁଇଜ, ସୃଜଶୀଳତା ଲିଖନ ,ସଙ୍ଗୀତ , ନୃତ୍ୟ , ପି ଏମ ପୋଷଣ ପ୍ରଭୃତି ପ୍ରତିଯୋଗିତା ରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇ ଥିଲା । ପ୍ରାରମ୍ଭରେ ଶିକ୍ଷକ ବିନାୟକ ତ୍ରିପାଠୀ ସ୍ଵାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଆୟୋଜକ ସ୍ଥାନୀୟ ସି ଆର ସି ଶ୍ରୀ ରାଜେନ୍ଦ୍ର କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ଗୋପାଳ ପୁରର ମେଟ୍ରୋଲଜୀ ବିଭାଗର ଶ୍ରୀ ରାମ ମୂର୍ତ୍ତି ଜୀ ,ଶ୍ରୀ ବାଳ କୃଷ୍ଣ ତ୍ରିପାଠୀ ,ଶ୍ରୀ ଉମାକାନ୍ତ ସାହା ଜୀ ଯୋଗ ଦେଇ ପ୍ରମାଣ ପତ୍ର ସହିତ ସିଲ ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ରେ ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ଗାୟତ୍ରୀ ବାଲା ସାହୁ ,ହିନ୍ଦୀ ଶିକ୍ଷୟତ୍ରୀ ରଶ୍ମିତା ମହାକୁଡ଼ ସହ ଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଆର ବାଲ ରାଜୁ ,ଶିବା ପାଦାଲ ,ଏମ କୈଳାସ ,ଶିକ୍ଷୟତ୍ରୀ ପୂଜା ପାଢ଼ୀ , ଏସ୍ ସୌଜନ୍ୟା , ଚନ୍ଦ୍ର ମୋହନ ରେଡ୍ଡୀ , ନୂଆ ସି ଆର ସି ଶ୍ରୀ ହରି କୃଷ୍ଣ ଶତପଥୀ, ଶିକ୍ଷକ ଅନନ୍ତ ରାମ ପଣ୍ଡା ,ଏ ଲକ୍ଷ୍ମୀ ନାରାୟଣ ,ହୃଷୀକେଶ ଦାଶ,ପ୍ରସନ୍ନ ପ୍ରଧାନ ,ପ୍ରମୋଦ ପଣ୍ଡା ପ୍ରଭୃତି ଯୋଗ ଦେଇ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଉତ୍କଳୀୟ କଳାର ପୁନରୁଦ୍ଧାର ସହିତ ଆମ ଗୌରବ ଆମ ପ୍ରାଚୀନ କଳାର ସୁରକ୍ଷାରେ ଆମମାନଙ୍କର କର୍ତ୍ତବ୍ୟ ବିଷୟରେ ଏଥର ସୁରଭି ରଙ୍ଗାରଙ୍ଗ ଉତ୍ସବରେ ମୁଖ୍ୟ ବିଷୟ ଥିଲା ।
