କେନ୍ଦ୍ର ଗୃହ ସଚିବ ଙ୍କ ଧରାକୋଟ ଥାନା ପରିଦର୍ଶନ
ଧରାକୋଟ:-୨୯/୦୯ ସର୍ବ ଭାରତୀୟ ସ୍ତରରେ ଶ୍ରେଷ୍ଠ ଥାନା ବିବେଚନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଓଡ଼ିଶା ର ଗଞ୍ଜାମ ଜିଲ୍ଲାର ଧରାକୋଟ ପାଟପୁର ଥାନା ସାମିଲ ହୋଇଛି । ଆଇନ ଶୃଙ୍ଖଳା ଠାରୁ ଭିତ୍ତିଭୂମି,ସେବା ପ୍ରଦାନ ଠାରୁ ଅପରାଧ ନିୟନ୍ତ୍ରଣ ଭଳି ବିଭିନ୍ନ ବିଷୟ ରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ ପାଇଁ କେନ୍ଦ୍ର ସରକାର ଙ୍କ ତରଫରୁ ଶ୍ରେଷ୍ଠ ଥାନା ର ମାନ୍ୟତା ପ୍ରଦାନ କରାଯାଇ ପୁରସ୍କୃତ କରାଯିବ । ଏହି ପ୍ରତିଯୋଗିତାରେ ସାମିଲ ହୋଇଥିବା ଧରାକୋଟ ଥାନାକୁ ରବିବାର କେନ୍ଦ୍ର ଗୃହ ବିଭାଗ ସଚିବ ଆଜି ମୁଲ୍ଲା ଓ ଟିମ ପରିଦର୍ଶନ କରି ବିଭିନ୍ନ ଦିଗ ଉପରେ ସ୍ଥିତି ପାରଖିଛନ୍ତି । ଧରାକୋଟ ବ୍ଲକର ଆଠ ଗୋଟି ପଞ୍ଚାୟତ ର ୪୨ଗୋଟି ଗାଁ କୁ ନେଇ ଗଠିତ ଧରାକୋଟ ଥାନା ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ସ୍ବଚ୍ଛତା , ସାଧାରଣ ଜନତା ଙ୍କୁ ସେବା ପ୍ରଦାନ ସହ ଉତ୍ତମ ବ୍ୟବହାର ଓ ସାମାଜିକ କାର୍ଯ୍ୟରେ ସହଭାଗିତା ତଥା ଉନ୍ନତ ଭିତ୍ତିଭୂମି କୁ ନେଇ ସବୁବେଳେ ଆଗରେ ରହିଛି । ବିଗତ ବର୍ଷ ମାନଙ୍କରେ ମଧ୍ୟ ଉତ୍ତମ ଜନସଂପର୍କ ଓ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଥାନା ତରଫରୁ ପଦକ୍ଷେପ ନିଆଯାଇଥିବା ଯୋଗୁଁ ଶ୍ରେଷ୍ଠ ଥାନା ପ୍ରତିଯୋଗିତାରେ ଏହା ସାମିଲ ହୋଇପାରିଛି । ଆଜି କେନ୍ଦ୍ର ଗୃହ ସଚିବ ସ୍ଥିତି ଅନୁଧ୍ୟାନ ପାଇଁ ଥାନାରେ ପହଞ୍ଚିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା । ଏହି ଟିମ ଥାନା ପରିଦର୍ଶନ ସହ ରେକର୍ଡ ପତ୍ର ଯାଞ୍ଚ କରିବା ସହ ଉପସ୍ଥିତ କିଛି ଲୋକଙ୍କ ସହ ଥାନା ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ରୀୟ ଟିମ ପରିଦର୍ଶନ ସମୟରେ ଆସିଷ୍ଟାଣ୍ଟ କାମାଣ୍ଡେଣ୍ଟ କାଳୁ ଚରଣ ବେହେରା,ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ ମହାପାତ୍ର,ଭଞ୍ଜନଗର ଉପଖଣ୍ଡ ପୋଲିସ ଅଧିକାରୀ ସୁଜିତ ନାୟକ, ରିଜର୍ଭ ଇନ୍ସପେକ୍ଟର ଅମୂଲ୍ୟ ନାୟକ,ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ, ବଡଗଡ ଥାନା ଅଧିକାରୀ ସନ୍ଧ୍ୟାରାଣି ସିଂହ, ସୋରଡ଼ା ଥାନା ଅଧିକାରୀ ଅନିଲ ପରିଡ଼ା, ଗାଙ୍ଗପୁର ଥାନା ଅଧିକାରୀ ରାଜେଶ ନାୟକ,ପୋଲସରା ଥାନା ଅଧିକାରୀ କୌଶିକ ମାଝୀ,ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି,ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନ, ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଅରୁଣ ସିଂହ, ତାରସିଂ ଥାନା ଅଧିକାରୀ ବିଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।
