ଦ୍ୱିତୀୟ ବ୍ୟାସୋଦୟ ମହୋତ୍ସବ ପାଳିତ
*ଦ୍ୱିତୀୟ ବ୍ୟାସୋଦୟ ମହୋତ୍ସବ ପାଳିତ*ମନ୍ତ୍ରା ଦ୍ୱାରା ଆୟୋଜିତ ଦ୍ୱିତୀୟ ବ୍ୟାସୋଦୟ ମହୋତ୍ସବ ୨୨ ନଭେମ୍ବର ୨୦୨୬ରେ ଗୁରୁ ସତ୍ୟ ପ୍ରକାଶ ସାହୁଙ୍କ ମାର୍ଗଦର୍ଶନରେ ଯାଜପୁର ରୋଡସ୍ଥିତ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମାର୍ଦ୍ଧରେ ଏକ ନୃତ୍ୟ ପ୍ରତିଯୋଗିତା ହୋଇଥିଲା, ଯେଉଁଠାରେ ବିଜେତାମାନଙ୍କୁ *ବ୍ୟାସନଗର କଳାରତ୍ନ* ଉପାଧିରେ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସବିତା ରାଉତ, ଜେ.ଏସ.ଏଲ.ର ୟୁନିଟ୍ ମୁଖ୍ୟ ଦୀପକ କୁମାର ଅଗ୍ରୱାଲ, ପ୍ରଖ୍ୟାତ କଳାକାର ବାଇଧର ମାଝୀ ଏବଂ ଭି.ପି.ଏସ. ଅଧ୍ୟକ୍ଷା ଡକ୍ଟର ଦେବସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ଚଳିତ ବର୍ଷ ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତିଙ୍କୁ ବ୍ୟାସୋଦୟ ସମ୍ମାନ ପ୍ରଦାନ କରାଯାଇଥିଲା l ବ୍ୟାସୋଦୟ ପ୍ରତିଭା ସମ୍ମାନ ଡକ୍ଟର ଶ୍ରୀନିବାସ ଘଟୁଆରୀ ଏବଂ ଅରୂପା ଗାୟତ୍ରୀ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା l ଏହି ଉତ୍ସବ ରେ ଯାଜପୁର ରୋଡ୍, ଭୁବନେଶ୍ୱର ଏବଂ ସୁନ୍ଦରଗଡ଼ର ମନ୍ତ୍ରାର ଛାତ୍ରମାନେ ସୁନ୍ଦର ଓଡ଼ିଶୀ ପ୍ରଦର୍ଶନ ସହିତ ଦର୍ଶକଙ୍କ ମୋହିତ କରିଥିଲେ, ଯାହା ଫଳରେ ଉତ୍ସବଟି କଳା ଏବଂ ସଂସ୍କୃତିର ଏକ ସ୍ମରଣୀୟ ଉତ୍ସବ ହୋଇଥିଲା l
