ମନ କି ବାତ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସମିଆ ପଞ୍ଚାଯତ ଅନ୍ତର୍ଗତ ଏକ ଆଦିବାସୀ ଗ୍ରାମ ବୁଢାକେନ୍ଦୁଆ ଠାରେ ମୁଖ୍ୟମନ୍ତ୍ରୀ ମନ କି ବାତ କାର୍ଯ୍ୟକ୍ରମ ରେ ଯୋଗଦେଲେ। ଏହି କାର୍ଯ୍ୟକ୍ରମରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ସଭାପତିତ୍ୱରେ ପ୍ରଥମେ ବଡ଼ଚଣା ପ୍ରବେଶ ପଥ ଦେଇଛତିଆ ନିକଟରୁ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ଵାଗତ ସମ୍ବଦ୍ଧନା ସହିତ ଏକ ବିରାଟ ଶୋଭାଯାତ୍ରା କରି କଡ଼ା ସୁରକ୍ଷା ମଧ୍ୟରେ କଳକଳା ରାସ୍ତା ଦେଇ ବୁଢାକେନ୍ଦୁଆ ସଭାସ୍ତଳି ରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମ ରେ ଧର୍ମଶାଳା ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ, ସୁକିନ୍ଦା ବିଧାୟକ ତଥା ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ଶ୍ରୀଯୁକ୍ତ ରବିନ୍ଦ୍ର ନାରାୟଣ ବେହେରା,

ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୌତମ ରାୟ , ଯାଜପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଶ୍ରୀମତୀ ବବିତା ମଲ୍ଲିକ, ଉମେଶ ଜେନା ଯୋଗ ଦେଇଥିଲେ।ଏଥିସହିତ ମୁଖ୍ୟମନ୍ତ୍ରୀ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ସଭା କାର୍ଯ୍ୟ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ବୃକ୍ଷରୋପଣ କରିବା ସହ ଏକ ଆଦିବାସୀ ପରିବାରର ମେନୁ ଜାମୁଦା ଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ । ଏବଂ କାର୍ଯ୍ୟକ୍ରମ ରେ ଜିଲ୍ଲା ପାଳ ଓ ଏସପି ଯୋଗ ଦେଇଥିଲେ।
