ଶ୍ରୀ ମନ୍ଦିରରେ ଦୁର୍ଗା ମାଧବ ଉପାସନା ସମଗ୍ର ଭାରତରେ ଅନନ୍ୟ
ଅଧ୍ୟାପକ ଡ଼.ବଳରାମ ଦାଶ ସଭାରେ ସଭାପତିତ୍ବକରି କହିଲେ ଶ୍ରୀକ୍ଷେତ୍ର ଶାକ୍ତ ମାନଙ୍କର ପ୍ରାଚୀନପୀଠ ଓ ଶ୍ରୀ ମନ୍ଦିରରେ ଦୁର୍ଗା ମାଧବ ଉପାସନା ସମଗ୍ର ଭାରତରେ ଅନନ୍ୟ lଏହା ଶାକ୍ତ ପୀଠ ରୂପେ ପ୍ରସିଦ୍ଧି ଅର୍ଜନ କରିଛି lଜଗନ୍ନାଥ ସ୍ୱୟଂ ଶକ୍ତି ଉପାସନାର ସ୍ୱରୂପ l ସମ୍ପାଦକ ଅଧ୍ୟାପକ ଦୟାନିଧି ପଣ୍ଡା ଶlକ୍ତଧର୍ମ ଓ ଶ୍ରୀ ମନ୍ଦିରରେ ଦୁର୍ଗା ମାଧବ ଉପାସନାର ବ୍ୟାଖ୍ୟା କରିଥିଲେ l

ଅଧ୍ୟକ୍ଷ ଡ଼. କମଳାକାନ୍ତ ମିଶ୍ର, ଗବେଷକ ନାରାୟଣ ନନ୍ଦ, ପ୍ରବଚକ ଦଣ୍ଡପାଣି ମହାପାତ୍ର ସମ୍ମାନୀତ ଅତିଥି ରୂପେ ଯୋଗଦେଇ ବେଦ,ଉପନିଷଦ ଓ ପୂରlଣ ଶାସ୍ତ୍ର ରେ ଶାକ୍ତ ପରମ୍ପରା ର ସ୍ୱରୂପ ଓ ଗୁପ୍ତ ଗୁଣ୍ଡିଚା ଯାତ୍ରା,ବିମଳା ମନ୍ଦିରଓ ନାରାୟଣୀ ମନ୍ଦିରରେ ପୂଜାର୍ଚ୍ଚନା ସମ୍ପର୍କରେ ଆଲୋକ ପାତ କରିଥିଲେ l ଆଲୋଚନା ଚକ୍ରରେ ପୂର୍ଣଚନ୍ଦ୍ର ସାହୁ, ସଞ୍ଜୟ କୁମାର ନନ୍ଦ, ଅଶୋକ କୁମାର ଅlଢିୟ, କୋଟେଶ୍ୱର ପାତ୍ର ସୁବାଷ ଚନ୍ଦ୍ର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ l ଡ଼.ଆଶ୍ବର୍ଯ୍ୟl କର ଧନ୍ୟବାଦ ପ୍ରଦାନ କରିଥିଲେ l
