ଭାରତୀୟ ମଜଦୂର ସଂଘ ର ବୈଠକ

ରାୟଗଡ଼ାତା ।୩୦-୦୯-୨୪:
ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଠାରେ ସୁଭଦ୍ରା – ଉଦ୍ଧବ ମଙ୍ଗଳ ଭବନ ପରିସରରେ ଭାରତୀୟ ମଜଦୂର ସଂଘ ପକ୍ଷରୁ ଆଜି ମୁନିଗୁଡ଼ା,ଚନ୍ଦ୍ରପୁର ଓ ବିଷମକଟକ ବ୍ଲକର ପ୍ରତିନିଧି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ମୁନିଗୁଡ଼ା,ଚନ୍ଦ୍ରପୁର ଓ ବିଷମକଟକ ବ୍ଲକର ପ୍ରତିନିଧି ମାନଙ୍କ ସହ
ପ୍ରାୟ ୩୫୦ ରୁ ଉର୍ଦ୍ଧ ଭାରତୀୟ ମଜଦୂର ସଂଘ , ପାଚିକା ଏବଂ ସ୍ବାବଲମ୍ବୀ କାରିଗର ସଂଘ କାର୍ଯ୍ୟକର୍ତ୍ତା ସେମାନଙ୍କ ଜୀବନ ଜୀବିକାର ସୁଦୃଦ୍ଧତା,ସ୍ଵଚ୍ଛଳତା
,ସ୍ଥାୟିତତାକୁ ନେଇ ଭାରତୀୟ ମଜଦୂର ସଂଘ ବ୍ୟାନରରେ ଏକାଠି ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଥିବା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ସମ୍ପାଦକ ଗଣେଶ କୁମାର ସାହୁଙ୍କ ସଭାପତିତ୍ବ ଓ ଜିଲ୍ଲା ଉପସଭାପତି ଦୁର୍ଗାମାଧବ ଘୋଷଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ,ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ସ୍ଵୟଂ ସେବକ ତଥା ବରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥି ସ୍ୱାବଲମ୍ବୀ କାରିଗର ସଂଘ ର ଜିଲ୍ଲା ସମ୍ପାଦକ ଶୀମାଞ୍ଚଳ ମିଶ୍ର, ମୁନିଗୁଡ଼ା ପ୍ରଗତି ମଞ୍ଚ ସଭାପତି ଶ୍ରୀ ସି ଏଚ୍ ଗଣେଶ୍ୱର ରାଓ,ମୁନିଗୁଡ଼ା ବ୍ଲକ ବିଏମ୍ଏସ ସଭାପତି କ୍ଷମାସାଗର ଦଶ, ପାଚିକା ସଂଘ ଜିଲ୍ଲା ସଂଯୋଜିକା ରୁକ୍ମଣୀ ପାତ୍ର, ସୁଭଦ୍ରା ଦାସ , ଓ ରାମ ଗୁଡମ୍ବକା ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ପ୍ରେରଣାଦାୟୀ ଭାରତ ମାତା ଓ ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠାତା ଠେଙ୍ଗେଡେଜୀ ତୈଳ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।ନିମନ୍ତ୍ରିତ ଅତିଥିଭାବେ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସେଶନ ଓ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଘର ପ୍ରତିନିଧିମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପାଚିକା ଭଉଣୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ସ୍ବାବଲମ୍ବୀ କାରିଗର ଏବଂ ପାଚିକା ମାନେ କାର୍ଯ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ଗୋଟି ଗୋଟି ସର୍ବ ସମ୍ମୁଖରେ କହିଥିଲେ।ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସାହୁ ଆସନ୍ତା ରବିବାର ବୈଠକରେ ଏହି ତିନୋଟି ବ୍ଲକର କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବାକୁ ନିଷ୍ପତ୍ତି ନିଆଯିବା ନେଇ ଘୋଷଣା କରିଥିଲେ। ସମସ୍ତ ସ୍ବାବଲମ୍ବୀ କାରିଗର ଏବଂ ପାଚିକା ମାନଙ୍କ ସଦସ୍ୟତା ବିଧିବଦ୍ଧ ଲିଖିତ ରୂପେ ଆଜି ଗ୍ରହଣ କରାଯାଇଥିଲା।ଶେଷରେ ବ୍ଲକ ସଭାପତି କ୍ଷମା ଶାଗର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।

Leave a Reply

Your email address will not be published. Required fields are marked *