ମୌଳିକ ସୁବିଧା ରୁ ବଞ୍ଚିତ ଗ୍ରାମବାସୀ ଙ୍କ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ।
ନୃସିଂହ ଚରଣ ଦାଶ, ରାଇକିଆ,କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କତିଙ୍ଗିଆ ଛକ ରେ ବିଭିନ୍ନ ମୌଳିକ ସମସ୍ୟା କୁ ନେଇ ଶତାଧିକ ମହିଳା ଏବଂ ପୁରୁଷ ଶାନ୍ତି ପୂର୍ଣ୍ଣି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ରାଇକିଆ ପୋଲିସ ଏବଂ ଜି ଉଦୟଗିରି ବିଡ଼ିଓ ମନୋଜ କୁମାର ଦେବତା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ କତିଙ୍ଗିଆ ଗ୍ରାମ ବାସୀ ଙ୍କ ଦ୍ଵାରା ବିଡ଼ିଓ ଦାବିପତ୍ର ଗ୍ରହଣ କରିଥିଲେ । ଯଦି ଆଗାମୀ ଦିନରେ ଜନ ସାଧାରଣ ଙ୍କ ସୁବିଧା ସକାସେ ପାନୀୟ ଜଳ ର ସମସ୍ୟା , ବିଦ୍ୟୁତ ସମସ୍ୟା, ନେଟୱର୍କ ର ସମସ୍ୟା ଏବଂ ମୋ ବସ୍ ଗ୍ରାମ କୁ ଯାଉ ନଥିବା ସକାଶେ ଗମନା ଗମନ ର ସୁବିଧା ରୁ ବଞ୍ଚିତ ଗ୍ରାମବାସୀ ଙ୍କ ମୌଳିକ ସମସ୍ୟା ର ସମାଧାନ ଯଥାଶୀଘ୍ର ଯଦି ତ୍ଵରାନିତ ନ ହୁଏ ତେବେ ଗ୍ରାମବାସୀ ରାଜ ରାସ୍ତା କୁ ଓହ୍ଲାଇବାକୁ ପଛାଇବେ ନାହିଁ ବୋଲି ମତ ପ୍ରଦାନ କରିଛନ୍ତି ।
