ବିଷପାନ କରି ଦିନ ମଜୁରିଆଙ୍କ ଆତ୍ମହତ୍ୟା

ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ବୁଦ୍ଧିଆ ଭୋଳ(୫୩) ନାମକ ଜନୈକ ଦିନ ମଜୁରିଆ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପ୍ରକାଶ ଯେ, ବୁଦ୍ଧିଆ ଦିନ ମଜୁରିଆ ଭାବେ ଭୁବନେଶ୍ଵରରେ ଏକ ଠିକାସସ୍ଥାରେ କାମ କରୁଥିଲେ। ସେଠାରୁ ନିଜ ପରିବାର ଲୋକଙ୍କ ପାଖକୁ ଟଙ୍କା ପଠାଇବା ପାଇଁ ଠିକାଦାରଙ୍କୁ ମଜୁରି ଟଙ୍କା ବାରମ୍ବାର ମାଗିଥିଲେ ହେଁ ସେ ନଦେବାରୁ ମନ ବିସ୍ତାପରେ ବୁଦ୍ଧିଆ ଗାଁକୁ ଫେରିଥିଲେ। ତେବେ ଘୋର ଆର୍ଥିକ ଅନାଟନର ଦୁଃଖ ସହି ନପାରି ସେ ଗତକାଲି ବିଷପାନ କରିଥିଲେ। ତାଙ୍କୁ ବୁଗୁଡା ମେଡିକାଲକୁ ଅଣାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ଆଜି ବ୍ଯବଚ୍ଛେଦ ପାଇଁ ପଠାଇବା ସହ କେସ୍ ନଂ ୧୯/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *