ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ଆନୁକୂଲ୍ଯରେ ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ମେଳା
6-10ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ଓ ଓଡିଶା ଘରୋଇ ଆଟିଆଇ ସଂଘର ମିଳିତ ଆନୁକୂଲ୍ଯରେ ଗଞ୍ଜାମ ତଥା ଅନ୍ଯାନ୍ଯ ପଡୋଶୀ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି।ଆଗାମୀ 8 ତାରିଖ ମଙ୍ଗଳବାର ଦିବା 10ଘ.ସମୟରେ ବ୍ରହ୍ମପୁର ଧର୍ମ ନଗର–5ମ ଲାଇନ ରେ ଥିବା ରୋଟାରୀ କମ୍ଯୁନିଟ ହଲ୍ ଠାରେ ଏହି ନିଯୁକ୍ତି ମେଳାର ଆୟୋଜନ ହେବ।ବାଙ୍ଗାଲୋର,ମୁମ୍ବାଇ,ପୁନେ,ହରିଆନା,ଆନ୍ଧ୍ରପ୍ରଦେଶର ବିଭିନ୍ନ କମ୍ପାନୀର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଯୋଗ୍ୟ ବେକାର ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଲବର ସଭାପତି ରୋଟାରିଆନ ଜୟନ୍ତ କିଶୋର ପାତ୍ର ପ୍ରକାଶ କରିଛନ୍ତି।ଯୋଗ୍ଯତା ଭିତ୍ତିରେ +2 କିମ୍ବା +3 ପାସ୍ କରିଥିବା ଯୁବତୀ ଏବଂ ଯେକୌଣସି ବିଭାଗରେ ଆଇଟିଆଇ ପାସ୍ କରିଥିବା 18 ରୁ 30 ବର୍ଷ ବୟସର ବେକାର ଯୁବକ ମାନେ ନିଯୁକ୍ତି ପାଇ ପାରିବେ।ଆଗ୍ରହୀ ବେକାର ଯୁବକ ଯୁବତୀ ମାନେ ନିଜର ଶିକ୍ଷାଗତ ଯୋଗ୍ଯତାର ନକଲ, ବାୟୋଡାଟା, ଆଧାର କାର୍ଡର ନକଲ, ପାନ୍ କାର୍ଡ ନକଲ, 2 ଟି ପାସପୋର୍ଟ ଫୋଟ ସହ କ୍ଳବ ଠାରେ ସାକ୍ଷାତକାର ଦେଇ ପାରିବେ।ମାସିକ ଦରମା 15 ହଜାର ରୁ 20 ହଜାର ଟଙ୍କା ସହ କମ୍ପାନୀର ଅନ୍ଯାନ୍ଯ ଭତ୍ତା ପ୍ରଦାନ କରାଯିବ। ଅଧିକ ଜାଣିବା ପାଇଁ ,9437262020 ,9438025951,9437071963 ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।ସାକ୍ଷାତକାର ପାଇଁ କୌଣସି ଠାରେ କିଛି ଖର୍ଚ୍ଚ ଦେବାକୁ ହେବନାହିଁ କିମ୍ବା ସାକ୍ଷାତକାର ପାଇଁ କୌଣସି ଗସ୍ତ ଖର୍ଚ୍ଚ ମିଳିବ ନାହିଁ। ଚାକିରୀ ପାଇବା ପରେ ସଂପୃକ୍ତ କମ୍ପାନୀ ବିଷୟରେ ଅଧିକ ତଥ୍ଯ ଜାଣିବା ପାଇଁ କମ୍ପାନୀର କର୍ମକର୍ତ୍ତାଙ୍କ ଠାରୁ ବୁଝି ନେବେ ଏବଂ ନିଜେ ସନ୍ତୁଷ୍ଟ ହେଲେ ଯିବା ନଯିବା ନିଜ ଉପରେ ନିର୍ଭର କରିବ।ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରୋଜେକ୍ଟ ଚେୟାରମ୍ଯାନ କାମରାଜୁ ମହାରଣା, ଜବ ମେଳା ଚେୟାରମ୍ଯାନ ରାଜେଶ କୁମାର ପୃଷ୍ଟି,ପବ୍ଲିକ ଇମେଜ ଚେୟାରମ୍ୟାନ ଅଜିତ କୁମାର ପୃଷ୍ଟି ,ସଂପାଦକ ଏସ୍.ଦୁର୍ଗା ରାଓଙ୍କ ସମେତ ପୂର୍ବତନ ସଭାପତି ବୃନ୍ଦ ଉପସ୍ଥିତ ଥିଲେ।
