ତିହିଡ଼ି ଥାନା ରେ ଲିଖିତ ଅଭିଯୋଗ ବାରମ୍ବାର କଲା ପରେ ଭି କୈାଣସି ପଦକ୍ଷେପ ନ ନେବାରୁ ଏ ସ ପି ଙ୍କ ଦ୍ବାରସ୍ଥ
ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାଟିବାଟି ଗ୍ରାମ ରେ ଜମି ଜାଗା ଘର କୁ ନେଇ ଥାନା ରେ ବାରମ୍ବାର ଅଭିଯୋଗ କଲା ପରେ ଭି ତିହିଡି ଥାନା କୈାଣସି ପଦକ୍ଷେପ ନେଉ ନ ଥିବାରୁ ଏସପିଙ୍କ ଦ୍ଵାରସ୍ଥ, ଘଟଣା ରୁ ଜଣା ପଡିଛି ପାର୍ବତୀ ସେଠୀ ଙ୍କ ସ୍ବାମୀ ଉତ୍ତମ କୁମାର ସେଠୀ ବାହାର ଜିଲ୍ଲା ରେ ରହି କାମ କରି ପେଟ ପୋଷୁଛନ୍ତି, ଏକୁଟିଆ ସୁଯୋଗ ନେଇ ଦେଢଶୁର ସ୍ବାଧୀନ ସେଠୀ ଏବଂ ତାଙ୍କ ସ୍ତ୍ରୀ ପୁଷ୍ପା ସେଠୀ,ମାରାପିଟା କରିବା ସହିତ ଖରାପ ଭାଷା ରେ ଗାଳିଗୁଲଜ କରୁଛନ୍ତି। ବାରମ୍ବାର ଘଟଣା ଘଟିବା ଦ୍ଵାରା ତିହିଡି ଥାନା ରେ ଦ୍ୱାରସ୍ଥ ହୋଇଥିଲେ। ତିହିଡ଼ି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି।
