ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ସଂଘ ପାଇଁ ବିପଦ ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା କାର୍ଯ୍ୟକାରିଣୀ

ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ନୀଳମାଧବ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ବର୍ଷିୟାନ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ଜୀବନରେ ଘଟୁଥିବା ସଂଘର୍ଷ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ସଂଗଠନକୁ ମଜବୁତ କରିବା ଉପରେ ଆଲୋକପାତ କରିଥିଲେ । ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର ସଂଘର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ଗାଁ ଶାଖା ସଭାପତି ଅଶୋକ କୁମାର ମହାପାତ୍ର, ଦଶପଲ୍ଲା ବ୍ଲକ ସଂଯୋଜନ ପ୍ରଫୁଲ କୁମାର ଦାଶ ସାମ୍ବାଦିକଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ନୟାଗଡ଼ ଜିଲ୍ଲାରେ ବିଶୃଙ୍ଖଳା ସୃଷ୍ଟି କାରୀ ସଂଘ ପାଇଁ ବିପଦ ବୋଲି ଅନ୍ୟତମ ସଦସ୍ୟ ଅନୱାର ମଲ୍ଲିକ ମତବ୍ୟକ୍ତ କରିଥିଲେ । ଯାହାକୁ ନେଇ ଜିଲ୍ଲା ସଭାପତି ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ସମ୍ପର୍କରେ ରାଜ୍ୟ ସଂଘକୁ ଅବଗତ କରାଯିବ ବୋଲି ମତ ଦେଇଥିଲେ । ସଂଘ ପକ୍ଷରୁ ବିଭିନ୍ନ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ଆୟୋଜନ, ବାର୍ଷିକ ଦେୟ ଆଦାୟ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସହିତ ବିଭିନ୍ନ ବ୍ଲକରୁ ଜିଲ୍ଲା ଶାଖାକୁ ସହଯୋଗ କରିବା ପାଇଁ ସଂଯୋଜକ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଅନୀଲ କୁମାର ପଣ୍ଡା, ରଜତ ପଟ୍ଟନାୟକ, ରବୀନ୍ଦ୍ର ଦାଶ, ଦେବବ୍ରତ ନାୟକ, ବିଶ୍ୱଜିତ ନାୟକ, ନିହାର ରଞ୍ଜନ ପଟ୍ଟନାୟକ, ବିଭୂତି ଭୂଷଣ ସ୍ୱାଇଁ, ଯଜାତୀ କେଶରୀ ମହାପାତ୍ର, ସନ୍ତୋଷ କୁମାର ନାୟକ, ଗଗନ ମହାପାତ୍ର ପ୍ରମୂଖ ପରିଚାଳନା କରିଥିଲେ । ସଂଘର ଅନ୍ୟତମ ଉପଦେଷ୍ଟା ଗୋଦାବରୀ ସାହୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଜିଲ୍ଲାରୁ ୧୫୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ପ୍ରତି ସମର୍ଥନ ଏବଂ ଉତ୍କଳ ସାମ୍ବାଦିକ ସଂଘର ଏକତାକୁ ବଜାୟ ରଖିବାକୁ ମତ ଦେଇଥିଲେ ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼

Leave a Reply

Your email address will not be published. Required fields are marked *