କଂଗ୍ରେସ ନେତା ରାଜୁ ରେଡିଙ୍କୁ ହତ୍ୟା
ହିଞ୍ଜିଳି ଥାନା ଅଂଚଳରେ ରାଜନୈତିକ ଶତ୍ରୁତାରୁ ଗଡିଲା ମୁଣ୍ଡ। ବୋଉଳଝୋଳୀ ପଞ୍ଚାୟତ ପୂର୍ବତନ ନାଏବ ସରପଂଚ ତଥା କଂଗ୍ରେସ ନେତା କେ ରାଜେନ୍ଦ୍ର ରେଡି (୫୦)ଙ୍କୁ ବିଭତ୍ସ ହତ୍ୟା। ବ୍ରହ୍ମପୁରରୁ ତାଙ୍କ ଘର ସାତପାଣ୍ଡିଆ ଫେରୁଥିବା ବେଳେ ରାତିରେ କଞ୍ଚୁଡୁ ଛକରେ କିଛି ଦୁବୃର୍ତ୍ତ ତାଙ୍କୁ ଅଟକାଇଥିଲେ। ସେ ଗାଡ଼ି ଛାଡ଼ି ଦୌଡ଼ିବାରୁ ବିଲ ଭିତରେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ହାଣି ହତ୍ୟା କରିଛନ୍ତି। ବେକରେ ବାରମ୍ବାର ଚୋଟ ପକାଇ ମୁଣ୍ଡ ଅଲଗା କରିବାକୁ ଉଦ୍ୟମ କରିଛନ୍ତି ହତ୍ୟାକାରୀ। ତାଙ୍କ ପେଟକୁ ବି ଭୂଷା ଯାଇଛି। ରାଜନୈତିକ ଶତ୍ରୁତାରୁ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସମର୍ଥକ। ରାଜନୈତିକ ଶତ୍ରୁତାରୁ ବିରୋଧୀ ତାଙ୍କୁ ଟାର୍ଗେଟ କରି ଆସୁଥିଲେ lଆଜି ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖ ଅଂଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ ।
