ବାସୁଦେବପୁର ବ୍ଳକ ରେ ନକଲି ଶିକ୍ଷକ ଙ୍କ ଭିଡ

ଆର ଟି ଆଇ ତଥ୍ୟ ଖୋଲୁଛି ଗୁମର ହେଲେ ପ୍ରଶାସନ ର କାର୍ଯ୍ୟାନୁଷ୍ଠାନ ଶୂନ। # ବିନା ପ୍ରାଥମିକ ଶିକ୍ଷା ରେ ବି ଶିକ୍ଷକ ଙ୍କ ପାଖରେ ଅଛି ମ୍ୟାଟ୍ରିକ ଓ ସିଟି ପ୍ରମାଣପତ୍ର।# ସାଧାରଣ ରେ ଚର୍ଚ୍ଚା ବାସୁଦେବପୁର ଶିକ୍ଷା ସର୍କଲ ରେ ଏହି ପରି ନକଲି ଶିକ୍ଷକ ଥିଲେ ବି ମଧ୍ୟ ଏମାନଙ୍କୁ ରଖିବା ପଛରେ ହୋଇଛି କି ଆର୍ଥିକ ନେଣଦେଣ।।# ଖୋଦ ଅଭିଯୁକ୍ତ ଶିକ୍ଷକଙ୍କର ବି ମନେ ନାହିଁ ସେ କେଉଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢିଥିଲେ। # ଅଭିଯୁକ୍ତ ଶିକ୍ଷକ କହୁଛନ୍ତି ତଦନ୍ତ ହେଲେ ହିଁ ଜଣାପଡିବ ମୁଁ କେଉଁ ବିଦ୍ୟାଳୟ ରେ ପାଠ ପଢ଼ୁଥିଲି।ଆଙ୍କର : ଆଜ୍ଞା ଆପଣମାନେ ଶିରୋନାମା ରେ ଯାହା ଦେଖିଲେ ତାହା ଆମ ମନଗଢା କାହାଣୀ ନୁହେଁ। କୌଣସି ଶିକ୍ଷକ ର ଶିକ୍ଷା ଗତ ଯୋଗ୍ୟତାକୁ ନେଇ ମଧ୍ୟ ଆମ ମନରେ ସନ୍ଦେହ ନାହିଁ। ମାତ୍ର RTI ର ତଥ୍ୟ ଅନୁସାରେ ସପ୍ତମ ଶ୍ରେଣୀର ଯୋଗ୍ୟତା ନ ଥିବା ଜଣେ ବ୍ୟକ୍ତି ମ୍ୟାଟ୍ରିକ ଓ ସିଟି ସାର୍ଟିଫିକେଟ ହାସଲ କରି ଦୀର୍ଘ ବର୍ଷ ଧରି ସରକାରୀ ଶିକ୍ଷକ ହେବା ସହ ଲୋଟିଛନ୍ତି ସରକାରୀ ଅର୍ଥ।

ପଚାରିଲେ କହୁଛନ୍ତି, ମୁଁ କେଉଁଠି ପ୍ରାଥମିକ ଶିକ୍ଷା ଲାଭ କରିଛି ମୋର ମନେ ନାହିଁ। ମୋ ବାବଦରେ ତଦନ୍ତ ଚାଲିଛି, ତଦନ୍ତ କହିବ ମୁଁ ପାଠ ପଢିଛି କି ନାହିଁ। ଆସନ୍ତୁ ଶୁଣି ନେବା ଅଭିଯୁକ୍ତ ଶିକ୍ଷକ ଙ୍କ ପ୍ରତିକ୍ରିୟା। ପୁଣିଥରେ କହିରଖୁଛୁ ସମଗ୍ର ରାଜ୍ୟରେ ଜାଲିଆତି ଓ ନକଲି ଶିକ୍ଷକ ଙ୍କ କଳାକାରନାମା ଧିରେଧିରେ ପଦାକୁ ଆସିଥିବା ବେଳେ ସେଥିରେ ଯୋଡ଼ି ହୋଇଯାଇଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ର ଶିକ୍ଷା ବ୍ୟବସ୍ଥା। ଘଟଣା ସଂପର୍କରେ ଜାଣିଲେ ଆପଣ ବି ଟିକିଏ ଭାବିବାକୁ ବ୍ୟସ୍ତ ହେବେ ଆପଣ ପଠାଉଥିବା ଶିଶୁଟି ପ୍ରକୃତରେ ଶିକ୍ଷା ଲାଭ କରୁଛି କାହା ପାଖରେ ! କାରଣ ଶିକ୍ଷା ଦାନ କରୁଥିବା ଶିକ୍ଷାଦାତା ମୋଟା ଅଙ୍କରେ ଦରମା ପାଉଥିଲେ ବି ତାଙ୍କ ପାଖରେ ନାହିଁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ର ପ୍ରମାଣପତ୍ର। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାସୁଦେବପୁର ଶିକ୍ଷା ସର୍କଲ ଅନ୍ତର୍ଗତ ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ ରେ। ଏହି ବିଦ୍ୟାଳୟର ଶିକ୍ଷକ ଦିବାକର ମଲ୍ଲିକ୍ ଓରଫ୍ ବାବାଜୀ ମଲ୍ଲିକ୍ ୧୯୭୦ ମସିହାରେ ବାସୁଦେବପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ୪ର୍ଥ ଶ୍ରେଣୀ ରେ ୩/୦୬/୧୯୭୦ ମସିହାରେ ନାମ ଲେଖାଇଥିଲେ। ପରେ ଏହି ବ୍ୟକ୍ତି ଜଣକ ବାବାଜୀ ମଲ୍ଲିକ୍ ରୁ ଦିବାକର ମଲ୍ଲିକ୍ ନାମରେ ବେଲ ସାଉଁଳିଆ ମଧ୍ୟ ଇଂରାଜୀ ବିଦ୍ୟାଳୟ ରୁ ୧୯୬୭ ରୁ ୧୯୭୮ ପର୍ଯ୍ୟନ୍ତ ପାଠ ପଢ଼ୁଥିବାର ଏକ ନକଲି ସାର୍ଟିଫିକେଟ ଦେଇ ମନ୍ଦାରୀ ଉଚ୍ଚ ବିଦ୍ୟାଳୟ ରେ ନାମ ଲେଖାଇଥିଲେ ଓ ସେଠାରୁ ମ୍ୟାଟ୍ରିକ ସାର୍ଟିଫିକେଟ ହାସଲ କଲେ। ଏଠାରେ କହି ରଖୁଛୁ ଯେଉଁ ବିଦ୍ୟାଳୟ ରେ ଦିବାକର ମଲ୍ଲିକ୍ ଆଡ଼ମିଶନ କଲେ ଓ ସାର୍ଟିଫିକେଟ ହାସଲ କଲେ, ସେହି ମନ୍ଦାରୀ ଉଚ୍ଚ ନ୍ୟାୟାଳୟରେ ତାଙ୍କ ବଡ ଭାଇ ଥିଲେ ସେତେବେଳର ପ୍ରଧାନ ଶିକ୍ଷକ। ଜାଲିଆତି ସାର୍ଟିଫିକେଟ ଦେଇ ମନ୍ଦାରୀ ଉଚ୍ଚ ବିଦ୍ୟାଳୟ ରେ ନାମ ଲେଖାଇବା ପଛରେ ନିଜେ ବଡ଼ଭାଇ ପ୍ରଧାନ ଶିକ୍ଷକ ରଚିଥିଲେ କି ଷଡ଼ଯନ୍ତ୍ର। ଆମେ ଯାହା କହୁଛୁ ଓ ଦେଖାଉଛୁ ତାହା ଆମ ମନଗଢା କଥା ନୁହେଁ। ଏହା ସୂଚନା ଅଧିକାର ଅନୁସାରେ ମିଳିଥିବା ଦଲିଲ୍ କହୁଛି ଜଣେ କିପରି ବିନା ପାଠ ଶାଠରେ ନିଜ ବଡ ଭାଇ ପ୍ରଧାନ ଶିକ୍ଷକ ଥିବା ବିଦ୍ୟାଳୟରୁ ମ୍ୟାଟ୍ରିକ ସାର୍ଟିଫିକେଟ ହାସଲ କଲେ ଓ ପରବର୍ତ୍ତୀ ସମୟରେ ନିଜ ଭିଣୋଇ ସମ୍ପାଦକ ଥିବା ଏକ ବେସରକାରୀ ସିଟି ଶିକ୍ଷକେନ୍ଦ୍ରରୁ ଯୋଗ୍ୟତା ପ୍ରମାଣପତ୍ର ହାସଲ କଲେ।। ଆଡ଼ମିଶନ ରେଜିଷ୍ଟ୍ରାର ନମ୍ବର ୪୦/୧୧୧ ଅନୁଯାୟୀ ଦିବାକର ମଲ୍ଲିକ୍ ମନ୍ଦାରୀ ବିଦ୍ୟାଳୟ ରେ ଜଣେ ଛାତ୍ର ଭାବରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିଲେ । ମାତ୍ର ସେ ଦେଇଥିବା ସପ୍ତମ ଶ୍ରେଣୀ ପାସ ପ୍ରମାଣପତ୍ର ନକଲି ଜଣାପଡିବା ପରେ ଶିକ୍ଷାବ୍ୟବସ୍ଥାର ସ୍ବଚ୍ଛତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। କିପରି ଜଣେ ସପ୍ତମ ଶ୍ରେଣୀ ପାସ କରିନଥିବା ଯୁବକ ମ୍ୟାଟ୍ରିକ ପାସ ଓ ସିଟି ସାର୍ଟିଫିକେଟ ହାସଲ କରି ଶିକ୍ଷକ ବନିଗଲେ, ତାକୁ ନେଇ ବଢୁଛି ସନ୍ଦେହ। ଏପରି ଶିକ୍ଷକ ମୋଟା ଅଙ୍କରେ ଦରମା ପାଉଥିଲେ ବି ସେମାନଙ୍କ ପାଖରେ ଆଗାମୀ କାଲିର ଭବିଷ୍ୟତ କେତେ ଯେ ସୁରକ୍ଷିତ ତାକୁ ନେଇ ଉଠୁଛି ପ୍ରଶ୍ନ। ଜାଲିଆତି ଓ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରୀ କରିଥିବା ଏପରି ଶିକ୍ଷକ ମାନଙ୍କ ବିରୋଧରେ ବାସୁଦେବପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ନେବେ କି ଦୃଢ଼ କାର୍ଯ୍ୟାନୁଷ୍ଠାନ ନା ତଦନ୍ତ ନାଁ ରେ ଜାଲିଆତି ଶିକ୍ଷକ ମାନଙ୍କୁ ଦିଆଯିବ ପ୍ରୋତ୍ସାହନ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *