ମହାନ ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥଙ୍କ୫୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତଜଟଣୀ
ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ବିପ୍ଳବୀନେତା ସ୍ଵର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୪ତମ ଶ୍ରାଦ୍ଧ ବାର୍ଷିକୀ ପ୍ରାଣନାଥ ଉଚ୍ଚ ବିଦ୍ୟାଳୟ, ଜଟଣୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ପ୍ରାଣନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ପ୍ରାଣନାଥ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ଅବନୀ କୁମାର ରାଉତରାୟ ଉତ୍ସବରେ ପୌରହିତ୍ୟ କରିଥିବା ବେଳେ ସାଧାରଣ ସମ୍ପାଦକ ଶ୍ରୀ ଜବାହର ଲାଲ ସୁବୁଦ୍ଧି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଝରଣା ସ୍ବାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ବକ୍ତାମାନେ ସ୍ଵର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିବା ସହ ଛାତ୍ର ମାନଙ୍କୁ ସୁନାଗରିକ ହୋଇ ସମାଜକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଆଶା ବ୍ୟକ୍ତ କରିଥିଲେ। ଆୟୋଜିତ ଉତ୍ସବରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ଭକ୍ତ ବନ୍ଧୁ ଚୌଧୁରୀ, ରବି ପ୍ରସାଦମିଶ୍ର, ଯୁବ ସଂଗଠକ ଅରୁଣ କୁମାର ମହାନ୍ତି, ରେଳ ଶ୍ରମିକ ନେତା ବିଜୟ ରାମ ମହାନ୍ତି , ସାହିତ୍ୟକ ଆଦି ନାରାୟଣ ଖଣ୍ଡୁଆଳ, ବୈରାଗୀଜେନା, କିଶୋର ଚନ୍ଦ୍ର ପାଇକରାୟ, ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ବରିଷ୍ଠ ଶିକ୍ଷୟିତ୍ରୀ ସ୍ନେହଲତା ଲେଙ୍କା, ମଧୁଛନ୍ଦା ରାଉତ ମରୀୟମ ସିଦ୍ଦିକା, ଶ୍ରମିକ ନେତା ସାରଙ୍ଗ ଧର ବେହେରା, ଆଇନଜୀବୀ ଆଶୁତୋଷ ରାୟ, ଶୁଶାନ୍ତ ପାଲଟାସିଂହ ଯୋଗଦେଇଥିବାବେଳେ ଶିକ୍ଷକ ନେତା ଶ୍ରୀ ତ୍ରିନାଥ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଝରଣା ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
