ଓୟୁଟିଆର ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ଶେଷ

** ଆସନ୍ତାକାଲି ବିଶ୍ୱବିଦ୍ୟାଳୟ ପାଳନ କରିବ ତୃତୀୟ ପ୍ରତିଷ୍ଠା ଦିବସ ଭୁବନେଶ୍ୱର-ତା. ୦୭.୧୦.୨୦୨୪- ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵବିଦ୍ୟାଳୟ (ଓୟୁଟିଆର୍ ) ଆସନ୍ତାକାଲି ଏହାର ତୃତୀୟ ପ୍ରତିଷ୍ଠା ଦିବସ ପାଳନ କରିବ । ଏହି ପରିପ୍ରେକ୍ଷୀରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଏହି ଅବସରରେ କୃତୀ ଅଧ୍ଯାପକ, ଅଣଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯିବ । ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ବବିଦ୍ୟାଳୟ ତିନି ବର୍ଷ ମଧ୍ୟରେ ଭିତ୍ତିଭୂମି ସୁଦୃଢ କରିବା ସହ ଗବେଷଣାକୁ ପ୍ରାଥମିକତା ଦେଇଛି । ସୂଚନା ଅନୁଯାୟୀ ଓୟୁଟିଆର୍ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି) ମହାବିଦ୍ୟାଳୟ ଭାବେ ୧୯୮୧ରେ ପ୍ରତିଷ୍ଠା ହୋଇଥିଲା । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓୟୁଏଟି) ଅଧୀନରେ ଥିବା ଏହି ଶିକ୍ଷାନୁଷ୍ଠାନ ୨୦୦୨ରେ ବିପିୟୁଟି ଅଧୀନକୁ ଆସିଥିଲା ।  ୨୦୧୭ରେ ଶିକ୍ଷାନୁଷ୍ଠାନକୁ ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ମିଳିଥିଲା । ୨୦୨୧ ଜୁଲାଇ ୧୭ରେ ଏହାକୁ ଏକକ ବିଶ୍ଵବିଦ୍ୟାଳୟ ପାଇଁ ଘୋଷଣା କରାଯାଇଥିଲା ୨୦୨୧ ଓ ଅକ୍ଟୋବର ୮ ରେ ଶିକ୍ଷାନୁଷ୍ଠାନକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳିଥିଲା। ଏବେ ଶିକ୍ଷାନୁଷ୍ଠାନରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠପଢୁଥିବା ବେଳେ ୨ ଶହରୁ ଉର୍ଦ୍ଧ୍ବ ଅଧ୍ୟାପକ ଶିକ୍ଷାଦାନରେ ନିଯୋଜିତ ଅଛନ୍ତି । ଶିକ୍ଷାନୁଷ୍ଠାନରେ ବି.ଟେକରେ ୧୪ଟି ବ୍ରାଞ୍ଚ ଥିବାବେଳେ ବି. ଆର୍କ୍ ଏବଂ ବି. ପ୍ଲାନ୍ ବ୍ରାଞ୍ଚ ରହିଛି । ଏଥି ସହିତ ଏମ୍ଏସ୍‌ସି, ପିଏଚଡି, ଇଣ୍ଟିଗ୍ରେଟେଡ୍ ଏମ୍ ଏସ୍‌ସି, ଏମ୍ ଟେକ୍, ଏମ୍‌.ଏ, ଏମ୍‌ସିଏ, ଏମ୍ ପ୍ଲାନ୍ ଏବଂ ନୂଆ କରି ଇ ମାଷ୍ଟର୍ସ ପାଠ୍ୟକ୍ରମ ମାନ ଆରମ୍ଭ ହୋଇଛି।ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ରାଜ୍ୟ ଶିଳ୍ପ ଏବଂ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଏହି ଉତ୍ସବରେ ଯୋଗଦେବେ | ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ ସମ୍ମାନିତ ଅତିଥି ଭାବରେ ଯୋଗଦେବେ ଏବଂ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଏନ.ବି.ଏସ ରାଜପୁତ ସମ୍ମାନିତ ଅତିଥି ଭାବରେ ଯୋଗଦେବେ। ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ଵାଳ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ଏବଂ କୁଳସଚିବ ଶ୍ରୀମତୀ ରେଣୁପ୍ରଭା ନାୟକ ଉପସ୍ଥିତ ରହିବେ । ଉକ୍ତ କାର୍ଯ୍ୟକ୍ରମରେ ଉପଲବ୍ଧ ହେବାକୁ ଥିବା ବିଭିନ୍ନ ସୁବିଧାର ଉଦଘାଟନ କରାଯିବା ସହଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *