ନଦୀ ପଠାରେ ମହିଳାଙ୍କ ଗଳିତ ଶବ ପୋତା ହୋଇଥିବା ଅବସ୍ଥାରେ ଯବତ କଲା ପୋଲିସ
। -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖୁରୁସିଆ ଗାଁ ରାମିଆଳ ନଦୀ ପଠାରୁ ଜଣେ ମହିଳାଙ୍କ ମୃତ ଦେହ ବାଲିରେ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ମୃତ ମହିଳା ଜଣଙ୍କ ଖୁରୁସିଆ ଗ୍ରାମର ଅରୁଣ ସାହୁଙ୍କ ସ୍ତ୍ରୀ ଅଞ୍ଜନା ସାହୁ। ଅଞ୍ଜନା ଆଜକୁ ୨୨ ଦିନ ହେବ ଘରୁ କେଉଁଆଡେ ନିଖୋଜ ଥିଲେ। ପରୀବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ସୁଚନା ମୁତାବକ ଗତକାଲି ଅପରାହ୍ନରେ, ଗ୍ରାମର ବଟକୃଷ୍ଣ ସ୍ବାଇଁଙ୍କ ଦିର୍ଘଦିନ ହେବ ବନ୍ଦ ଥିବା ଘର ପରିସରରୁ ନାଖୋଜ ମହିଳା ଅଞ୍ଜନାଙ୍କ ଗଳିତ ମୃତଦେହ ଘର ଖୋଲିଲା ବେଳକୁ ଦେଖିବାକୁ ପାଇଥିଲେ। ଏନେଇ ଖବର ପାଇ ସ୍ବାମି ଅରୁଣ ସାହୁ ପହଞ୍ଚି ଦେଖିଲାବେଳକୁ ତାଙ୍କ ସ୍ତ୍ରୀର ଗଳିତ ମୃତଦେହ ବୋଲି ଯାଣିଥିଲେ। ତେଣୁ ଅରୁଣ ଏକାକି ମୃତଦେହକୁ ନେଇ ନଦିପଠାରେ ବାଲିରେ ପୋତି ଦେଇଥିଲେ। ଏନେଇ ମୃତଦେହ ମିଳିଥିବା ଘରର ମାଲିକ ଥାନାରେ ଜଣାଇବା ପରେ ମୃତଦେହ ପୋତାଯାଇଥିବା ସ୍ଥାନରେ ପୋଲିସ ପହଞ୍ଚି ଥିଲା। ଏବଂ ପୋତାଯାଇଥିବା ଶବକୁ ଖୋଳି ଉଦ୍ଧାର କରି ସାଇଣ୍ଟିଫିକ ଟିମ ଦ୍ବାରା ଅଧିକ ତଦନ୍ତ ଚଳାଇଛି।
