ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଁଦିଆ ପାଟଣା ର ବିଦ୍ବତ୍ ପରିଷଦ ବୈଠକ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଁଦିଆ ପାଟଣା ର ବିଦ୍ବତ୍ ପରିଷଦ ବୈଠକ”ଭାରତ ର ସ୍ବ” ଉପରେ ଏକ ଆଲୋଚନା ଚକ୍ର ବିଦ୍ବତ୍ ପରିଷଦ ସଭାପତି ପ୍ରକୃତି ବନ୍ଧୁ ଦଣ୍ଡଧର ସାହୁ ଙ୍କ ଅଧ୍ୟକ୍ଷତାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗଁଦିଆ ପାଟଣା ପରିସରରେ ଅକ୍ଟୋବର ମାସ ସାତ ତାରିଖ‌ ମଧ୍ୟାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ପ୍ରଧାନ ଆଚାର୍ଯ୍ୟ ଇନ୍ଦୁଲତା ସାହୁ ବୈଠକ ର ଉଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଉକ୍ତ ବୈଠକ ରେ ବିଦ୍ୟାମନ୍ଦିର ର ସଭାପତି ଅନନ୍ତ ଚରଣ ଶତପଥୀ , କୋଷାଧ୍ୟକ୍ଷ ମୁରଲୀଧର ସାହୁ, ପ୍ରାକ୍ତନ ସମ୍ପାଦକ ଅମ୍ବୁଜ କୁମାର ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ,ନିର୍ମଳ ଚନ୍ଦ୍ର ସାହୁ, ଦିଲ୍ଲିପ କୁମାର ରାଉତ, ଶିକ୍ଷକ ଶାନ୍ତନୁ ନାୟକ ଓ ଶିକ୍ଷୟିତ୍ରୀ ନିରୂପମା ରାଉତ ସେମାନଙ୍କ ର ବହୁମୂଲ୍ୟ ମତାମତ ରଖିଥିଲେ। ପ୍ରଧାନ ଆଚାର୍ଯ୍ୟ ଇନ୍ଦୁଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *