ପ୍ରକୃତି ବନ୍ଧୁ ତ୍ରିଲୋଚନ ପାଇଲେ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର

*** ଆନନ୍ଦପୁର ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ୨୦୨୪ ପାଳନ ଅବସରରେ ପ୍ରକୃତିବନ୍ଧୁ ତ୍ରିଲୋଚନ ସାହୁଙ୍କୁ ସମ୍ମାନଜନକ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର -୨୦୨୪ ପ୍ରଦାନ କରାଯାଇଅଛି । ଉକ୍ତ ଉତ୍ସବରେ ଆନନ୍ଦପୁର ଉପଜିଲ୍ଲାପାଳ ଫାଲଗୁନୀ ମାଝୀ,ଉପଖଣ୍ଡ ବନାଧିକାରୀ ଅଭୟ କୁମାର ଦଳେଇ ଏସ ସି ଏଫ ଅଶୋକ କୁମାର ବିଶ୍ୱାଳ, ଏସ ସି ଏଫ ସୁଯ୍ୟକାନ୍ତ ବେହେରା, ଏସ ସି ଏଫ ଅଶୋକ କୁମାର ଦାସ,ଆ ଡିସନାଲ ରେଞ୍ଜେର ନବକିଶୋର ନାଏକ,ରେଞ୍ଜର ମାର୍ସଲ କିସ୍କୁ, ରେଞ୍ଜେର ଏବଂ ବିଭିନ୍ନ ବନ୍ୟଖଣ୍ଡର ସହକାରୀ ବନ ସଂରକ୍ଷକ ଯୋଗ ଦେଇ ଶ୍ରୀ ସାହୁଙ୍କୁ ସମ୍ମାନିତ କରିଥିଲେ । ଆନନ୍ଦପୁର ଉପଖଣ୍ଡରୁ ଉକ୍ତ ପୁରସ୍କାର ଶ୍ରୀ ସାହୁଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ପ୍ରଦାନ କରାଯାଇଛି । ସମ୍ମାନ ସ୍ୱରୂପ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗରୁ ମାନପତ୍ର , ପାଞ୍ଚ ହଜାର ଟଙ୍କା ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ପାଇଁ ଶ୍ରୀ ସାହୁଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଛା ଜଣାଇଛନ୍ତି । ପୁରସ୍କାର ରାଶିକୁ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଦିଗରେ ଖର୍ଚ୍ଚ କରିବା ସହିତ ଆଗକୁ ଏ ଦିଗରେ ଅଧିକ ମନୋନିବେଶ କରିବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *