ରୟାଲ ପ୍ଲବିକ୍ ସ୍କୁଲ ଦ୍ବାରା ଆନ୍ତଃ ସ୍କୁଲ ଲୋକନୃତ୍ୟ ପ୍ରତିଯୋଗିତା ଓ ଦାଣ୍ଡିଆ ନାଇଟ୍ ଅନୁଷ୍ଠିତ
ରୟାଲ ପ୍ଲବିକ୍ ସ୍କୁଲ ଦ୍ବାରା ଆନ୍ତଃ ସ୍କୁଲ ଲୋକନୃତ୍ୟ ପ୍ରତିଯୋଗିତା ଓ ଦାଣ୍ଡିଆ ନାଇଟ୍ ଅନୁଷ୍ଠିତ ।ଭୁବନେଶ୍ଵର: ୦୭.୧୦.୨୦୨୪ ରୟାଲ ପ୍ଲବିକ୍ ସ୍କୁଲ ଦ୍ବାରା ଆନ୍ତଃ ସ୍କୁଲ ଲୋକନୃତ୍ୟ ପ୍ରତିଯୋଗିତା ଓ ଦାଣ୍ଡିଆ ନାଇଟ୍ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୫ଟି ସ୍କୁଲରୁ ଛାତ୍ରଛାତ୍ରୀ ଓ ଅବିଭାବକମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥୀ ଭାବେ ଶ୍ରୀଯୁକ୍ତ ଥଙ୍ଗ୍ ଖୋଲେଟ୍ ମାଟେ (ଭୁବନେଶ୍ଵର ସିବିଏସ୍ର ମିଳିତ ଯୁଗ୍ମ ସଚିବ) ଭାବେ ଯୋଗଦେଇ ଲୋକନୃତ୍ୟର ମହତ୍ଵ ବିଷୟରେ ଅଭିଭାଷଣ ଦେଇଥିଲେ ।ଏହି ଅବସରରେ ସ୍କୁଲର ଚେୟାରମ୍ୟାନ୍ ଡ. ବିଷ୍ଣୁମୋହନ ମହାନ୍ତି ପିଲାମାନଙ୍କ ଭବିଷ୍ୟତ ପାଇଁ ପାଠପଢା ବ୍ୟତିତ ନାଚ-ଗୀତର, ଲୋକନୃତ୍ୟର ଆବଶ୍ୟକତା ରହିଛି । ପିଲାମାନଙ୍କର ଅନ୍ତନିର୍ହିତ ଶକ୍ତି କୁ ପରିପ୍ରକାଶ କରିବା ପାଇଁ ଏହା ଏକ ଉପଯୁକ୍ତ ମାଧ୍ୟମ ଅଟେ ।

ଏହା ଦ୍ଵାରା ପିଲାମାନେ ତାଙ୍କର ସୁନ୍ଦର ଭବିଷ୍ୟତ ଗଢିପାରିବେ । ଏହି ଲୋକନୃତ୍ୟ ପ୍ରତିଯୋଗୀତା ଓ ଦାଣ୍ଡିଆ ନୃତ୍ୟ ରେ ଶିକ୍ଷକ ଓ ଅଭିଭାବକମାନେ ଅଂଶଗ୍ରହଣ କରି ସେମାନଙ୍କର ପ୍ରତିଭାକୁ ପରିପ୍ରକାଶ କରିଥିଲେ ।ଏହି ଅବସରରେ ସ୍କୁଲର ଭାଇସ୍ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ମିଲନ୍ ମହାନ୍ତି, ଅଧ୍ଯକ୍ଷ ଶ୍ରୀଯୁକ୍ତ ସର୍ବେଶ୍ୱର ସାମଲ, ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ରହିଥିଲେ ।
