କ୍ଷୁଦ୍ର କାଷ୍ଠଶିଳ୍ପୀଙ୍କ ଅଦ୍ଵିତୀୟ କଳାକୃତି

ନିଜର ହାତ ତିଆରି କଳାକୃତି ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ବ୍ରହ୍ମପୁରର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲୀପ ମହାରଣା ଏବେ ପୁଣି ଚର୍ଚ୍ଚାରେ। ମା ଜଗତ ଜନନୀ ଙ୍କ ନବରାତ୍ର ପୂଜା ଅବସରରେ ରେଶମ ସହରର ଏହି କ୍ଷୁଦ୍ର କାଷ୍ଠଶିଳ୍ପୀ ନିର୍ମାଣ କରିଛନ୍ତି ଏକ ଅଦ୍ଵିତୀୟ କଳାକୃତି। ୧୫ ଇଞ୍ଚ ଲମ୍ବା ଏବଂ ୧୨ ଇଞ୍ଚ ଓସାର ବିଶିଷ୍ଠ ଏହି କଳାକୃତି ରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି କ୍ଷେତ୍ର ଗୁଡ଼ିକୁ ସ୍ଥାନ ଦେଇଛନ୍ତି ଦିଲୀପ। ଏହି ଶକ୍ତି କ୍ଷେତ୍ରର ନାମ ଗୁଡିକ ହେଲା ଭଞ୍ଜନଗରର ମାବାଘଦେବୀ,ବୁଗୁଡ଼ାର ଶାଙ୍କୁଲାଇ,ସୋରଡ଼ାର ମା କନ୍ଧୁଣୀ ଦେବୀ,ଆସ୍କାର ମା ଖମ୍ବେଶ୍ଵରୀ,ପୋଲସରାର ମା ସିଂହସିନି,କବିସୂର୍ଯ୍ୟନଗରର ମା ମହାମାୟୀ,ଶେରଗଡ଼ର ମା ଘୋଡ଼ାଦେବୀ,ପୁରୁଷୋତ୍ତମପୁରର ମା ତାରାତାରିଣୀ ଓ ମା ଦକ୍ଷିଣ କାଳୀ, ଖଲ୍ଲିକୋଟର ମା ନାରାୟଣୀ,ସାନଖେମୁଣ୍ଡିର ମା ସିଦ୍ଧନାରାୟଣୀ,ହିଞ୍ଜିିକାଟୁର ମା ଶ୍ୟାମଲାଇ,ଗଞ୍ଜାମର ମା ରାମଚଣ୍ଡୀ,ଦିଗପହଣ୍ଡିର ମା ବାଙ୍କେଶ୍ୱରୀ,କୁକୁଡ଼ାଖଣ୍ଡିର ମା ମହୁରୀ କଳୁଆ,ବ୍ରହ୍ମପୁରର ମା ବୁଢୀଠାକୁରାଣୀ,ଚିକିଟିର ମା ବାଳକୁମାରି ଓ ମା ଭୈରବୀ,ସୁନ୍ଦର ଭାବରେ କାଠରେ ଏ ବିସ୍ମୟ କଲାଭଳି କଳାକୃତି ନିର୍ମାଣ କରିଛନ୍ତି। ଏହି ମୂର୍ତ୍ତୀ ଗୁଡ଼ିକର ଉଚ୍ଚତା ୦.୫ ଇଞ୍ଚ ରହିଛି। ଏହି କଳାକୃତିକୁ ତିଆରି କରିବା ପାଇଁ ଦିଲୀପଙ୍କୁ ପାଖା ପାଖି ୧୦ ଦିନରୁ ଉର୍ଦ୍ଧ ସମୟ ଲାଗିଥିଲା। ଦିଲୀପ ବର୍ତ୍ତମାନ ବିନାୟକ ଆଚାର୍ଯ୍ୟ କଲେଜ ରେ ପିଜି ବାଣିଜ୍ୟ ବିଭାଗ ର ପ୍ରଥମ ବର୍ଷର ଛାତ୍ର ଏହା ସହ ଗାନ୍ଧୀନଗର ସ୍ଥିତ ମହାରଣା କଂସୁଲଟେନ୍ସି ରେ ଜୁନିଅର ଏକାଉଣ୍ଟଟାଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି। ଏହି କଳାକୃତି ନିର୍ମାଣରେ ଦିଲୀପଙ୍କୁ ତାଙ୍କ ମାମୁଁ ବାସ୍ତୁବିତ୍ ଡ଼ ସନ୍ୟାସୀ ମହାରଣା, ବାପା ଭଗବାନ ମହାରଣା ଓ ଭାଇ ମନୋଜ ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *