ଜେକେପୁର ଦଶହରା ପାଇଁ ୫ପ୍ଲାଣ୍ଟୁନୁରୁ ଅଧିକ ପୋଲିସ ଫୋର୍ସ ମୁତୟନ

ରାୟଗଡା ବ୍ଲକ ଅନ୍ତର୍ଗତ ଜେକେପୁର ଠାରେ ମହା ସମାରୋହରେ ମା ଦୂର୍ଗାଙ୍କ ମୃଣ୍ମୟ ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ଷଷ୍ଠୀ ତିଥିରୁ ଆରମ୍ଭ ହୋଇଛି । ଟ୍ରାଫିକ ନିୟନ୍ତ୍ରଣ ଓ ଭିଡ଼କୁ ଆଖି ଆଗରେ ରଖି ଚାନ୍ଦିଲି ପୋଲିସ ପକ୍ଷରୁ ୫ପ୍ଲାଣ୍ଟୁନୁ ଅଧିକ ଫୋର୍ସ ମୁତୟନ କରାଯିବା ସହ ଦୁଇଚକିଆ ଓ ଚାରି ଚକିଆ ଯାନ ଯେପରି ଭିଡ଼ରେ ପ୍ରଵେଶ କରିବ ନାହିଁ ତାର ସୁବ୍ୟବସ୍ଥା କରିଛନ୍ତି ଥେରୁବାଲି ଓ କୋଲାନରା ଆଡୁ ଆସୁଥିବା ଚାରିଚକିଆ ଯାନ ଦୁର୍ଗା ମନ୍ଦିର ପରିସରରେ ଅଟକିବ ।ସେହିପରି ରାୟଗଡା ଆଡୁ ଆସୁଥିବା ଚାରିଚକିଆ ଯାନ ଉଗ୍ରତାରା ସ୍କୁଲ ପରିସରରେ ରହିବ । ନାଇଡୁ ପେଟ ଛକରେ ଓ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଦୁଇ ଚକିଆ ଯାନ ରହିବା ସହିତ ହସ୍ପିଟାଲ ଦେଇ ମନୋରଞ୍ଜନ କେନ୍ଦ୍ର ପରିସରରେ ରହିବ। କଲ୍ୟାଣସିଂପୁର ଆଡୁ ଆସୁଥିବା ଦୁଇ ଓ ଚାରି ଚକିଆ ଯାନ ସିକ୍ୟୁରିଟି କଲୋନୀ ପରିସରରେ ରହିବାର ବନ୍ଦୋବସ୍ତ କରଯାଇଛି । ରାବଣ ପୋଡ଼ି ସମୟରେ ପ୍ରବଳ ଜନ ସମାଗମକୁ ଆଖିଆଗରେ ରଖି ରିଜର୍ଭ ପୋଲିସ ପଡିଆ ଠାରେ ମଧ୍ୟ ଯାନ ବାହାନ ରଖିବାର ବ୍ୟବସ୍ଥା ରହିଛି ବୋଲି ଚାନ୍ଦିଲିପୋଲିସ ସୂତ୍ରରୁ ଜଣାପଡିଛି । ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।

ରିପୋର୍ଟର – ନୀଳାମ୍ବର ମିଶ୍ର

Leave a Reply

Your email address will not be published. Required fields are marked *