ଜଗତସିଂହପୁର ଠାରେ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନ ଆରମ୍ଭ

ଜଗତସିଂହପୁର ଠାରେ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଜଗତସିଂହପୁର ର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବାଲିକୁଦା ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା, ପାରାଦ୍ୱୀପ ର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସହ ବହୁ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଏହି ସଦସ୍ୟତା ଅଭିଯାନ ରେ ସାମିଲ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ସଦସ୍ୟତା ଗ୍ରହଣ କରିବା ପାରେ ଜିଲ୍ଲା ସ୍ତରରେ ଏହି ସଦସ୍ୟତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେବେ ଆଗାମୀ ଦିନରେ ଦଳକୁ ଅଧିକ ସଂଗଠିତ କରିବା ଏହି ସଦସ୍ୟତା ଅଭିଯାନ ର ମୁଳ ଲକ୍ଷ ବୋଲି ଅତିଥିମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *