ବ୍ରହ୍ମପୁର ରେଶମ ସହରରେ ଦୁର୍ଗା ପୂଜା ପାଇଁ ସୁସଜ୍ଜିତ ତୋରଣ ନିର୍ମାଣ

ବ୍ରହ୍ମପୁର ୧୦/୧୦, ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଶିଳ୍ପୀ ତଥା କାରିଗରମାନଙ୍କ ଦ୍ଵାରା ସୁସଜ୍ଜିତ ତୋରଣ ନିର୍ମାଣ କରାଯାଇଥିବା ବେଳେ ଆଜି ମଣ୍ଡପେ ମହାସପ୍ତମୀ ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଘଟ ପୂଜା କରାଯାଇଛି । ଢୋଲ ଘଣ୍ଟ ବାଦ୍ୟ ବଜାଇ ପୋଖରୀ ନିକଟରେ, ପୂଜକମାନେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ ତତସହିତ ରୀତିନୀତି ଅନୁଯାୟୀ ମନ୍ତ୍ରୋଚାରଣ କରିଥିଲେ। ସପ୍ତମୀ ପୂଜା ଅବସରରେ ଆଜି ସକାଳେ ପୂଜା ମଣ୍ଡପ ଗୁଡିକରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ସହରର ପୁରୁଣା ବସଷ୍ଟାଣ୍ଡ , ଷ୍ଟେସନ ରୋଡ଼ , ବିଜିପୁର, ହନୁମାନ ବଜାର, ଗାନ୍ଧୀନଗର,କୋର୍ଟ ପେଟାଛକ ସୁବାରାଓ ଛକ, ଗୁଇଲେଣ୍ଡି, ଗିରିଜା ଛକ ଗିରିମାର୍କେଟ, ଦୁର୍ଗା ପୂଜା କମିଟି ଦ୍ବାରା ବିଧିବିଧାନ ସହିତ ପୂଜାର୍ଚ୍ଚନା ପରେ ଭକ୍ତମାନେ ମାତାଙ୍କ ଦର୍ଶନ କରିଥିଲେ। ସେହିପରି ଆଜି ସପ୍ତମୀ ପୂଜା ମଧ୍ଯାହ୍ନ ସମୟ ପରେ ପୂଜା ମଣ୍ଡପ ଗୁଡିକରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ସହରର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ପୂଜା କମିଟିର ସ୍ବେଚ୍ଛାସେବୀମାନେ ମଧ୍ୟ ପାଣ୍ଡ୍ୟାଲ ବାହାରେ ଭିଡ ନିୟନ୍ତ୍ରଣ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୂଜା ମଣ୍ଡପ ଗୁଡିକରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଥିବା ନେଇ ବିଭିନ୍ନ ପୂଜା କମିଟି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *