ବାଜିରାଉତ ସେତୁରୁ ଡେଇଁ ଯୁବକ ନିଖୋଜ

-ଢେଙ୍କାନାଳ ଜିଲ୍ଲା ଭୁବନ ଗାଁ ବ୍ରାହ୍ମଣୀ ନଦୀରେ ଥିବା ବାଜିରାଉତ ସେତୁରୁ ଡେଇଁ ଯୁବକ ନିଖୋଜ । ନିଖୋଜ ଯୁବକ ଭୁବନ ଥାନା କିର୍ତ୍ତନପୁର ଗ୍ରାମର ଗାଣ୍ଡୁଆ କୁମ୍ଭାରଙ୍କ ପୁଅ ପର୍ଶୁରାମ କୁମ୍ଭାର। ପର୍ଶୁରାମ ଗଁନ୍ଦିଆ ଥାନା ଅନ୍ତର୍ଗତ ଶଡିଙ୍ଗ ଗାଁରେ ମାମୁଁ ଘରେ ରହୁଥିଲେ । ତେବେ ଗତକାଲି ତାଙ୍କ ବାପାଙ୍କ ସହିତ ଏକ ସାଇକେଲ ଯୋଗେ ଘରକୁ ଆସୁଥିବା ସମୟରେ ବ୍ରିଜ ଉପରୁ ନଦୀକୁ ଡେଇଁ ପଡିଥିଲେ ।କେଉଁ କାରଣରୁ ପର୍ଶୁରାମ ନଦୀକୁ ଡେଇଁଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Leave a Reply

Your email address will not be published. Required fields are marked *